-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ମହାନଦୀ ଯୁବ ସଙ୍ଗଠନ ବିନିକା ଓ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଯୁବ ସପ୍ତାହ ପର୍ବ ରେ କ୍ଷିର ସାଗର ବିଭାର ଙ୍କ ଆନୁଷ୍ଠିତ ସଭା ର
ଶୁଭ ଉଦଘାଟନ ଉତ୍ସବ କୁ ମୁଖ୍ୟ ଅତିଥି ଭାବେ କଲାପଥର ପଞ୍ଚାୟତ ସରପଞ୍ଚ ସସ୍ମିତା ମେହେର ଉଦଘାଟନ କରିଥିବାବେଳେ ସମ୍ବାନୀତ ଅତିଥି ଭାବେ ପଙ୍କଜ ଖମାରି, ଅଶେଷ ମହାକୁର ଙ୍କ ଉପସ୍ଥିତ ସଭାରେ ଶତାଧିକ ଯୁବକ ଯୁବତୀ ସହ ଶିକ୍ଷାର୍ଥୀ ଓ ଅଞ୍ଚଳର ବୁଦ୍ଧିଜିବି ଙ୍କ ଉପସ୍ଥିତିରେ ପ୍ରତିଭାବାନ ଯୁବ ପ୍ରତିଭା ମାନଙ୍କୁ ପୁରସ୍କାର ସ୍ୱରୂପ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା l ସନ୍ଧ୍ୟାରେ ଦିଲ୍ଲୀ ଜାତୀୟ ଦିବସର ଶୁଭ ଉଦଘାଟନ ସହ ରୁ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ର ସିଧା ପ୍ରସାରଣ ବଡ ପରଦାରେ ପ୍ରସାରଣ କରାଯାଇଥିଲା l