-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2023
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆଶାକର୍ମୀ ସଂଘ ର ବାର୍ଷିକ ଅଧିବେଶନ ଶାନ୍ତିବନ ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାନେତ୍ରୀ ବବିତା ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ ଆଶିଷ ଧରୁଆ,ଜନ ସ୍ୱାସ୍ଥ୍ୟ ଅଧିକାରୀ କିଶୋର ଦାଶ, ବିପିଏମ ଅଜିତ ସିଂ କୁମାର, ବିଡିଏମ ବିଶ୍ୱଜିତ ମହାନ୍ତି, ବାଡା ପ୍ରତାପ ସାହୁ ଅତିଥି ଭାବେ ଯୋଗଦେଇଥିଲେ l ଏହିସଭାକୁ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ପରିଚାଳନା କରିଥିଲେ l ଏହି ଅବସରରେ ଏକ ଅନ୍ତାକ୍ଷରୀ ଓ ଚୌକିବସା ପ୍ରତିଯୋଗିତା ଆଶା କର୍ମୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନା ରେ ବାବୁଲା ସାହୁ, ଚୂଡ଼ାମଣି ସାହୁ, ଶେଷ, ଶଙ୍କର, ପ୍ରଭାକର ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ l ଏଥିରେ ବ୍ଲକର ପ୍ରାୟ ସମସ୍ତ ଆଶା ଯୋଗଦେଇଥିଲେ l