-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
11-Jan-2023
ବୀରମହାରାଜପୁର(ବିନୋଦ ପାଣ୍ଡେ): ହକି ବିଶ୍ଵକପର ବାର୍ତ୍ତା ରାଜ୍ୟର ଘରେ ଘରେ ପହଞ୍ଚାଇବାକୁ ହକି ବିଶ୍ଵକପ ଟ୍ରଫି ରଥ ଗ୍ରାମ ସହର ପରିକ୍ରମା କରୁଛି। ୯ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ରୁ ଆସିଥିବା ରଥକୁ ବୀରମହାରାଜପୁର ବ୍ଳକ ଉଫୁଲା ପଞ୍ଚାୟତ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସେଠାରୁ ହକି ବିଶ୍ଵକପ ରଥ ବାଗବର, ଜଟେସିଂହା, ସୁବଳୟା, କମିରା, ସଂଗ୍ରାମପୁର, ପିତାମହୁଲଓ ଖଣ୍ଡହତାର ପ୍ରଭୁତି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲା। ସେଠାରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ବିଶ୍ଵ କପ ହକି ରଥକୁ ସ୍ଵାଗତ ଓ ସମ୍ବର୍ଦ୍ଧନା
ଜଣାଇଥିଲେ। ବିଭିନ୍ନ ଗ୍ରାମକୁ ପରିକ୍ରମା କରି ବିଶ୍ଵକପ ହକି ରଥ ସଚେତନତା ବାର୍ତ୍ତା ଦେଇଥିଲା। ୧୦ ତାରିଖ ଦିନ ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ଠାରେ ସରକାରୀ ଅଧିକାରୀ ମାନେ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେଚମ୍ପାମାଲ, ହିଲୁଙ୍ଗ, ମୁର୍ଷୁଣ୍ଢୀ, ଲୁତୁରପଙ୍କ, କେନଝିରିଆପାଲି, ବହଲପଦର ଓ ଦୁରଜର୍ନତୈଲା ପ୍ରଭୁତି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ସରପଞ୍ଚଙ୍କ ଉପସ୍ଥିତରେ ହକି ରଥକୁ ବିପୁଳ ସ୍ଵାଗତ କରାଯାଇଥିଲା। ଏଥିରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲା ସୁଲିଆ,
ଅତିରିକ୍ତ ବିଡ଼ିଓ ପୁରୁଷୋତ୍ତମ ଧରୁଆ, ବ୍ଳକ ସଂସ୍କୃତି ସଂଘ ସଭାପତି ରାମକୃଷ୍ଣ ହୋତା, ନିର୍ବାହୀ ଅଧିକାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନସାଧାରଣ ରଥକୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ କଲାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। ଫଲରେ ଦୁଇ ଦିନ ଧରି ବୀରମହାରାଜପୁର ଅଞ୍ଚଳରେ ହକିମୟ ଉଠିଥିଲା।