-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
09-Jan-2023
ପାଟଣାଗଡ଼ (ପୂର୍ଣ ଶଶୀ ଶେଖର ରାଓ) କୋଶଳିଆ ମାଳି ସମାଜ ବିକାଶ ପରିଷଦ ଯୋଗିମୁଣ୍ଡା ଅଞ୍ଚଳର ଦ୍ୱାଦଶ ବାର୍ଷିକ ଉତ୍ସବ ଏବଂ ନୂତନ କର୍ମକତା ଚୟନ ପ୍ରକିୟା ଯୋଗିମୁଣ୍ଡା ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ।
ଯୋଗିମୁଣ୍ଡା ଅଞ୍ଚଳ ମାଳି ସମାଜର ମେଧାବୀ ଛାତ୍ରଛାତ୍ରୀ, ସଫଳ ଚାଷୀ, ଏବଂ ସରକାରୀ କର୍ମଚାରୀ ମାନଙ୍କୁ ଜିଲ୍ଲା ସଭାପତି କାର୍ତିକ ପୁଟେଲଙ୍କ ଦ୍ୱାରା ସମ୍ମାନିତ କରି ମାନପତ୍ର ପ୍ରଦାନ କରା ଯାଇଥିଲା ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି କାର୍ତିକ ପୁଟେଲ, ଏବଂ ସମ୍ମାନିତ ଅତିଥି ସମ୍ପାଦକ ତ୍ରିପାଠୀ ପୁଟେଲ, ରାଜ୍ୟ ଉପସଭାପତି ଦାରସିଂ ପୁଟେଲ, ବିଭିନ୍ନ ଅଞ୍ଚଳର ଅଞ୍ଚଳ ସଭାପତି, ସମ୍ପାଦକ ଉପସ୍ଥିତ ରହି ଯୋଗିମୁଣ୍ଡା ଅଞ୍ଚଳ ସଭାପତି ଲିଙ୍ଗରାଜ ପୁଟେଲଙ୍କ ନେତୃତ୍ୱ ରେ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ ହୋଇଥିଲା l
ଉକ୍ତ ଚୟନ ପ୍ରକିୟାରେ ନୂତନ ସଭାପତି ଭାବେ ଶ୍ରୀଯୁକ୍ତ ନାରାୟଣ ପୁଟେଲ, ସମ୍ପାଦକ ଭେଳାସାଗର ପୁଟେଲ ଉପ ସଭାପତି ଜବଡୁ ପୁଟେଲ ମହିଳା ଉପ ସଭାପତି ଶ୍ରୀମତୀ ତପସ୍ୱିନୀ ପୁଟେଲ,ସହ ସମ୍ପାଦକ ଶ୍ରୀଯୁକ୍ତ ହିରୋ ପୁଟେଲ, କୋଷାଧକ୍ଷ - ଯଦୁ ପୁଟେଲ ନିରୀକ୍ଷକ - ତ୍ରୀନାଥ ପୁଟେଲ ଏବଂ ସଂଯୋଜକ ଶୋଭାକର ପୁଟେଲଙ୍କୁ ଚୟନ କରାଗଲା ଏବଂ ଯୋଗିମୁଣ୍ଡା ଅଞ୍ଚଳର ଦାୟିତ୍ୱ ନୂତନ କମିଟିକୁ ପ୍ରଦାନ କରାଗଲା ପରିଶେଷ ରେ ନୂତନ ସଭାପତି ନାରାୟଣ ପୁଟେଲ ଙ୍କ ଦ୍ୱାରା ସଭା ସାଙ୍ଗ କରାଗଲା l