-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
08-Jan-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଉଦଘାଟିତ ହୋଇଯାଇଛି l ଜିଲ୍ଲପରିଷଦ ସଦସ୍ୟ ଲବକୁମାର ସାହୁ ମୁଖ୍ୟ ଅଥିତି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଇଁ ରଘୁନାଥ ଜଗଦଲା, ସରପଞ୍ଚ ମହେନ୍ଦ୍ର ଜଗଦଲା,
ସମାଜସେବୀ ମୀନକେତନ ମହାକୁର, କ୍ରୀଡା ଶିକ୍ଷକ କିଶୋର ମୋହନ ଡାଙ୍ଗ, ଡ଼କ୍ଟର ଆବାସ ରଞ୍ଜନ ବାବୁ ପ୍ରମୁଖ ଯୋଗଦେଇଥିଲେ l ଉକ୍ତ ପ୍ରତିଯୋଗିତା ରେ ୨୭ ଗୋଟି ଦଳ ଅଂଶଗ୍ରହଣ କରିଥିଲେ l ଟୁର୍ନାମେଣ୍ଟ କୁ ରାଧାକାନ୍ତ ବାଘ, ଛବିଳ କର୍ଣ୍ଣ, ଗୋପୀନାଥ କର୍ଣ୍ଣ, ଜଗନ୍ନାଥ ମେହେର ରଜା, ସୋନୁ ବୃଷକେତୁ ମେହେର, ମନୁ, ଗିରିଧାରୀ ହୋତା ପ୍ରମୁଖ ଆୟୋଜନ କରିଥିଲେ l ମଧ୍ୟ ରାତ୍ର ପର୍ଯ୍ୟନ୍ତ ମ୍ୟାଚ ଜାରୀ ରହିଥିଲା l