-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ବିଧାନସଭା ଗୃହ ସବ କମିଟି ବୈଠକ ବନ୍ଧକଟାର ପରିବେଶ ଓ ପ୍ରଦୂଷଣକୁ ନେଇ କ୍ଷୋଭ ପ୍ରକାଶ କଲେ ନରସିଂହ ଶୀଘ୍ର ବନ୍ଧକଟାର ପାଣି ସଫେଇ ନ କଲେ ଲୋକଙ୍କ ଜୀବନହାନୀ ଅଶଂକା ଅଛି

07-Jan-2023



ବଲାଙ୍ଗିର,  ଆଜି ବିଧାନସଭା ଗୃହ କମିଟିର ପରିବେଶ ଓ ପ୍ରଦୂଷଣକୁ ନେଇ ସବ୍ କମିଟି -୧ ର କ୍ଷେତ୍ର ପରିଦର୍ଶନ ବଲାଙ୍ଗିର ବିଧାନସଭା ର ପୌରାଞ୍ଚଳରେ ଥିବା ବିଭିନ୍ନ ବନ୍ଧ ପୋଖରୀ ଏବଂ ପୁଇଁନ୍ତଲା ବ୍ଲକର ଛତାମଖନା ପଞ୍ଚାୟତର ଏକ ପୋଖରୀର କ୍ଷେତ୍ର ପରିଦର୍ଶନରେ ଆଜି ଏହି କମିଟି ଅଧ୍ୟକ୍ଷ ବିଧାନସଭାର କଂଗ୍ରେସ ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ସଦସ୍ୟ ଦାଶରଥି ଗୋମାଙ୍ଗୋ ମଧ୍ୟ ଉପସ୍ଥିତ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ପ୍ରାଥମିକ ଆଲୋଚନା ବେଳେ ଏହି କମିଟିର ଗତ ମାସର ବୈଠକରେ ନିର୍ଦ୍ଧାରିତ ହୋଇଥିବା ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା । ଏହାର ସଭ୍ୟ ମାନ୍ୟବର ବିଧାୟକ ଅମର ଶତପଥି ଏବଂ ଦେବୀ ମିଶ୍ର ବନ୍ଧକଟାମାନଙ୍କରେ ବର୍ଜ୍ୟବସ୍ତୁ ପକାଇବା ଏବଂ ଜବରଦଖଲ ଯୋଗୁଁ ପାଣି ଆଉ ମଣିଷ ବ୍ୟବହାର ଯୋଗ୍ୟ ରହୁନାହିଁ ତେଣୁ ବନ୍ଧକଟା ତଥା ଜଳଚର ଜମିରେ ଥିବା ଜବରଦଖଲ କଡାକଡି ଭାବେ ଉଚ୍ଛେଦ କରାଯାଉ ବୋଲି ଦେଇଥିବା ମନ୍ତବ୍ୟ ଉପରେ ଆଲୋଚନା ହୋଇଥିଲା । ଆଜି ବଲାଙ୍ଗିର ରେ ଥିବା ମହାରାଣୀ ସାଗର

ଉନ୍ନତିକରଣ ର ଭିତ୍ତିପ୍ରସ୍ତର ଦେବା ଠିକ୍ ବର୍ଷେ ପୁରିଯାଇଥିଲେ ମଧ୍ୟ ତାର କାମ ଆରମ୍ଭ ହୋଇ ନ ଥିବାର ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ ଏବଂ ଉପସ୍ଥିତ ଥିବା ସହରୀ ବିକାଶ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ କଲ୍ୟାଣ କୁମାର ରଥ ଏହା ଉପରେ ଉତ୍ତର ରଖନ୍ତୁ ବୋଲି କହିଥିଲେ । ଗତ ମାସ ବଲାଙ୍ଗିର ରେ ହୋଇଥିବା ବୈଠକରେ ସଚିବ ଶ୍ରୀ ରଥ ୭ ଦିନ ଭିତରେ ଏହି ପ୍ରକଳ୍ପର ବୈଷୟିକ ମଞ୍ଜୁରୀ ମିଳିଯିବା ପ୍ରତିଶୃତି ଦେଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସହ ଉପସ୍ଥିତ ଥିବା ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ । ସହରରେ ଥିବା ସମସ୍ତ ୧୬ଟି ବନ୍ଧ କଟାର ପାଣି ଆଉ ବ୍ୟବହାର ଉପଯୋଗୀ ନାହିଁ ବୋଲି ଆଜି ବିଭିନ୍ନ ବନ୍ଧକଟାକୁ ଗୃହ କମିଟି ର କ୍ଷେତ୍ର ପରିଦର୍ଶନ ସମୟରେ ପ୍ରମାଣିତ ହୋଇଯାଇଥିଲା । ରାଣି ବନ୍ଧ, ଗେଟସରୋବର, ବେହେରାପାଲି, ଲକ୍ଷ୍ମୀଯୋର, ଦେଉଲବନ୍ଧ, କରଙ୍ଗାକଟା ଏବଂ କନ୍ଧପାଲି ବନ୍ଧ ପ୍ରାୟତଃ ଡମ୍ପିଂୟାଡରେ ପରିଣିତ ହୋଇସାରିଥିବାର ସଭ୍ୟମାନେ ହୃଦବୋଧ କରିଥିଲେ । ରାଣୀବନ୍ଧ ଏବଂ କରଙ୍ଗାକଟା କାମକୁ ବହୁକୋଟି ଟଙ୍କାର କାମକୁ କେବଳ ଉପରଠାଉରିଆ ଭାବରେ କଂକ୍ରିଟ ଦ୍ୱାରା ସୌନ୍ଦର୍ଯିକରଣ କାମରେ ସୀମିତ କରାଯାଉଥିବାରୁ ଏହା ବନ୍ଦ କରି ପ୍ରଥମେ ପଙ୍କ ଉଦ୍ଧାର, ପାଣିଧାରଣ କ୍ଷମତା ବଢାଇବା ସହ ସମ୍ପୁର୍ଣ୍ଣ ପୁନରୁର୍ଦ୍ଧାର ବ୍ୟବସ୍ଥା କରନ୍ତୁ ତାପରେ ଯାଇ ସୌନ୍ଦର୍ଯିକରଣ କରନ୍ତୁ ବୋଲି ଅଧ୍ୟକ୍ଷ ନରସିଂହ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଠିକ୍ ସେହିପରି ଛତାମଖନାର ମିଶ୍ର କଟାର ପାଣି ବ୍ୟବହାରଯୋଗ୍ୟ ନ ଥିବା ଦେଖାଯାଇଥିଲା ଏବଂ ପ୍ରଦୂଷଣ ବିଭାଗର ଅଧିକାରୀ ଏଠାରୁ ପାଣି ନେଇ ବିଜ୍ଞାନଗାରରେ ଏହାର ମାନ ପରୀକ୍ଷା କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଥିବା ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ସହର ମଧ୍ୟରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପର୍ଯ୍ୟଟନ ସ୍ଥଳି ଭୀମଡୁଙ୍ଗୁରି ରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ହେଉଥିବାରୁ ସେଠାକାର ପୋଖରୀ ପାଣି, ଜଙ୍ଗଲ ଯେପରି ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ ଦ୍ୱାରା ପରିବେଶ ପ୍ରଦୂଷଣ ନ ହେବ ସେ ଉପରେ ଶିଘ୍ର ପଦକ୍ଷେପ ନେବାକୁ ଜଙ୍ଗଲ ବିଭାଗକୁ

ନିର୍ଦ୍ଦେଶ ଦିଆଯାଇଥିଲା । ଲକ୍ଷ୍ମୀଯୋର ରେ ଥିବା ପ୍ରଦୂଷଣକୁ ମ୍ୟୁନିସିପାଲିଟି ଏବଂ କ୍ଷୁଦ୍ର ଜଳସେଚନ ନିଜ ଭିତରେ ସମନ୍ୱୟ ରଖି ଯେତେ ଶିଘ୍ର ହେବ ତାକୁ ପ୍ରଦୂଷଣ ମୁକ୍ତ କରନ୍ତୁ ବୋଲି କହିଥିଲେ । କରଙ୍ଗାକଟାରେ ୨୦୧୪ ମସିହା ପୂର୍ବରୁ ଅନେକ ଅନୁଦାନ ବାଟମାରଣା ହୋଇଥିବା ଅଭିଯୋଗ କ୍ରମେ ଏହାର ତଦନ୍ତ କରିବା ପାଇଁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ । ବେହେରାପାଲି ବନ୍ଧକୁ ରେଳ ବିଭାଗ ଦ୍ୱାରା ମଇଳା ପାଣି ଛାଡି ପ୍ରଦୂଷିତ କରୁଥିବାରୁ ବିଭାଗ ବିରୁଦ୍ଧରେ ପ୍ରଦୂଷଣ ବୋର୍ଡ ନୋଟିସ ଜାରି କରୁ ଏବଂ ଦରକାର ପଡିଲେ ଗ୍ରୀନ ଟ୍ରିବୁନାଲକୁ ସୁପାରିଶ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ପୋଲିସ ଅଧିକ୍ଷକ ବିଭାଗ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବାର ପ୍ରତିଶୃତି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଦେଇଥିଲେ । ଆଜିର ଆଲୋଚନା ତଥା କ୍ଷେତ୍ର ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ,  ଅତିରିକ୍ତ ସଚିବ ଜାଗା ମିଶନ ସୌମେନ୍ଦ୍ର ରାଉତରାୟ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତି ସିଂହ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ ସାମି ରେଡି, ଜଙ୍ଗଲ ବିଭାଗ, ଜଳସେଚନ, କ୍ଷୁଦ୍ରଜଳସେଚନ ବିଭାଗ ଅଧିକାରୀ ଏବଂ ଗୃହ କମିଟି ସହ ଆସିଥିବା ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like