-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2023
ଭବାନୀପାଟଣା (ତ୍ରିନାଥ ବେଶ୍ରl )
ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଭୁବନେଶ୍ୱର ବ୍ରାଞ୍ଚ ତରଫ ରୁ ସ୍ଵାମୀ ବିବେକାନନ୍ଦ ଙ୍କ ସନ୍ଦେଶ ପ୍ରଚାର ପ୍ରସାର କରିବା ନିମନ୍ତେ ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା ସ୍ଥିରକୃତ ହୋଇଛି। ଉକ୍ତ ରଥ ୨୫ ଡିସେମ୍ବର ପୁରୀଧାମ ରୁ ବାହାରି ବିଭିନ୍ନ ଜିଲ୍ଲା ଓ ସହର ମଧ୍ୟ ଦେଇ କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ସହର ରେ ଆସନ୍ତା ଜାନୁୟାରୀ ୧୧ ତାରିଖ ୨୦୨୩ ରେ ପ୍ରବେଶ କରିବା ପରେ ଭବ୍ୟ ସ୍ୱାଗତ କରାଯିବ। ଏଥିନିମନ୍ତେ ସ୍ଥାନୀୟ ବିବେକ କଂନଫେରେସ ହଲ ଠାରେ ସହରର ସବୁବର୍ଗ ର ଏକ ସ୍ୱାଗତ ସମିତି ଗଠନ କରାଯାଇଛି। ସମିତି ର ସଭାପତି ଭାବେ ହେମନ୍ତ କୁମାର ମୁଣ୍ଡ, ଉପସଭାପତି ପ୍ରଦୀପ କୁମାର ସାହୁ,ରବି କାନୁନଗୋ, ଭାଗୀରଥୀ ବେହେରା, ସମ୍ପାଦକ ରୂପେ ଇଂ. ଅଜୟ କୁମାର ପଣ୍ଡା ଏବଂ ଉପଦେଷ୍ଟା ମଣ୍ଡଳୀ ରେ ସଦଶ୍ୟ ରୂପେ କୈଶଭ ବିହାରୀ, ସ୍ୱାଧୀନ ପାତ୍ର, ଶାନ୍ତନୁ କୁମାର ବେହେରା, ଏମଡି. ଫିରୋଜ଼, ଶଙ୍କର ପ୍ରସାଦ ନାୟକ, ଦେବେନ୍ଦ୍ର ବିଶି, ପ୍ରଭାଷ ମିଶ୍ର, ମୁକୁନ୍ଦ ରେଡ୍ଡୀ, ବୃଷଭ ଦାସ, ସୁତ୍ତମ କୁମାର ନାୟକ, ଦୁଷ୍ମନ୍ତ କୁମାର ପ୍ରଧାନ ଙ୍କୁ ସର୍ବସମ୍ମାତି କ୍ରମେ ଚୟନ କରାଯାଇଛି। ସ୍ୱାଗତ ସମିତି ର ସଂଯୋଜକ ଭାବେ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କୁ ମନୋନୀତ କରାଯାଇଛି।