-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2023
ବୌଦ୍ଧ(ପ୍ରେରଣା ଖବର) ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁ ଗତକାଲି ରବିବାର ସଂଧ୍ୟା ୬ଘ.ସମୟରେ ଜିଲ୍ଲାର ୧୦ଟି 5t ରୁପାନ୍ତରିତ ଉଚ୍ଚବିଦ୍ୟାଳୟର ୨ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଆଭାସୀ ମାଧ୍ୟମରେ ନବବର୍ଷର ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଭଲ ପାଠ ପଢ଼ି ଉଚ୍ଚଶିକ୍ଷିତ ହେବାପାଇଁ ପ୍ରୋସାହିତ କରିବା ସହିତ ଆଗାମୀ ହକି ବିଶ୍ଵକପ ପ୍ରତିଯୋଗିତା ଓଡ଼ିଶାରେ ହେଉଥିବା ଉପରେ ଆଲୋଚନା କରିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ହକି ଖେଳ ଉପରେ ମନ୍ତବ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଉକ୍ତ
ଗୁଗୁଲମିଟର ଆଭାସୀ କାର୍ଯ୍ୟକ୍ରମରେ ୧୦ଟି ହାଇସ୍କୁଲର ୨୦ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ, ୧୦ ଜଣ ପ୍ରଧାନଶିକ୍ଷକ, ୧୦ ଜଣ ଖେଳ ଶିକ୍ଷକଙ୍କ ସହିତ ଜିଲ୍ଲ ଶିକ୍ଷାବିଭାଗର ଅଧିକାରୀ ଅଂଶଗ୍ରହଣ କରିଥିଲେ। ସେହିପରି ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ 5t ରୂପାନ୍ତରିତ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ପ୍ରିତୀପ୍ରଜ୍ଞା ସାହୁ ଓ ଛାତ୍ର ସାଗର ମଲିକ ଅଂଶ ଗ୍ରହଣ କରିଥିଲେ। ଏପରି କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରିଥିବାରୁ ଛାତ୍ରୀ ପ୍ରିତୀପ୍ରଜ୍ଞା ସାହୁ ବହୁ ଉତ୍ସାହିତ ହେବା ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଖେଳର ଆବଶ୍ୟକତା ରହିଥିବା ପ୍ରକାଶ କରିଛନ୍ତି। ଶେଷରେ ଜିଲ୍ଲାପାଳଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।