-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
11-Dec-2022
ଧର୍ମଗଡ (କ୍ରିଷ୍ଣା ଦାସ ନାଏକ)ବିଶ୍ୱ ମାନବଅଧିକାର ଦିବସ ପ୍ରତି ବର୍ଷ ଡିସେମ୍ବର ମାସ 10ତାରିଖ ଦିନ ବିଶ୍ୱରେ ପାଳନ କରାଯାଇ ଥାଏ ।ମାନବଅଧିକାର ଜୀବନ ଓ ସ୍ୱାଧୀନତା ରେ ମୁଖ୍ୟତ, ଦାସତ୍ୱ ତଥା ନିର୍ଯାତନାରୁ ମୁକ୍ତି ଅଭିବ୍ୟକ୍ତି ର ସ୍ୱାଧୀନତା ଓ ଶିକ୍ଷା ଅଧିକାର ଇତ୍ୟାଦି ଅନ୍ତର୍ଭୁକ୍ତ l ଏହି ପରିପ୍ରେକ୍ଷୀରେ ପଞ୍ଜିଆ ଗ୍ରାମ ଠାରେ ମାନବାତାବାଦୀ ବିଚାରମଞ୍ଚ ତରଫରୁ ଅଭିମନ୍ୟୁ ନାଏକ ଙ୍କ ନେତୃତ୍ୱ ରେ ମାନବାଧିକାର ଦିବସ ପାଳିତ ହୋଇ ଯାଇଛିl ପ୍ରଥମେ ଭଗବାନ ବୁଦ୍ଧ, ଓ ସମ୍ଭିଧାନ ପ୍ରଣିତା ବିଶ୍ୱରତ୍ନ ଡକ୍ଟର ଭୀମରାଓ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ସୁଲୋଚନା ନାଏକ,ମିଥିଲା ନାଗ,ଉକିଆ ନାଏକ, ଦଶମୀ ତାଣ୍ଡି, ପ୍ରମିଳା ନାଏକ, ଦୀପାଞ୍ଜଳି,ଫୁଲତୋଳା ନାଏକ ପ୍ରମୁଖ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ୟୋଳନ କରି ଥିଲେ l ପରେ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଆଇନଜୀବୀ ଦେବାର୍ଚନ ସେଠିଆ,ବିଶିଷ୍ଟ ଆମ୍ବେଦକର ବାଦୀ ଟଙ୍କଧର ତାଣ୍ଡି ମାନବଅଧିକlର ବିଷୟରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ l ଜନ୍ମେଜୟ ନାଏକ, ରାଧାକାନ୍ତ ନାଗ, ବିମ୍ବାଧର ନାଏକ, କେଚକେଚା ନାଏକ,ଚଉବନ ନାଗ,ଅରୂପା ନାଏକ, ସର୍ଜନ ବାଗ, ଭୁବନେଶ୍ୱର ନାଏକ, ଲମ୍ବୋଧର ଦୀପ, ଫଗୁରାମ ନାଏକ, ନୀଳାମ୍ବର ଦୀପ, ଯୋଗୀରାମ ତାଣ୍ଡି, ଚଉବନ ନାଗ, ସୋନାଧର ଦୀପ, ମିଥୁନ ତାଣ୍ଡି, ପ୍ରକାଶ ସୁନାନୀ,ଜ୍ୟୋତିର୍ମୟ ନାଏକ, ଯଶୋବନ୍ତ ନାଏକ,ପରମେଶ୍ୱର ନାଏକ, ବଳରାମ ନାଏକ, ଯୁବରାଜ ନାଏକ ପ୍ରମୁଖ ସହଯୋଗ କରିଥିଲେ l