-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
08-Dec-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମାହେଶ୍ୱରୀ ସେନା ପକ୍ଷରୁ ସ୍ଥାନୀୟ ବଜରଙ୍ଗବାଲୀ କଲ୍ୟାଣ ମଣ୍ଡପ ଠାରେ ଧନୁଯାତ୍ରା ମହୋତ୍ସବ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ସମାଜସେବୀ ମୀନକେତନ ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ରକ୍ତ
ଦାତା ଯୋଗଦେଇ , ଯେପରି ରକ୍ତ ଅଭାବରେ କୈାଣସି ବ୍ୟକ୍ତି ମୃତ୍ୟୁ ନହୁଏ ସେହି ଉଦ୍ଧେଶ୍ୟ ନେଇ ଆଜି ରକ୍ତ ଦାତା ମାନେ ଆଗ୍ରହ ସହ ରକ୍ତ ଦାନ କରିଥିଲେ। ଏଥିରେ ୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଡ. ବିଶ୍ଵନାଥ ରଥ, ଡ. ପୈାରଭରାଜ ପଧାନ, ସୋନପୁର ବ୍ଳଡ ବେଙ୍କ କର୍ମଚାରୀ ଜଗତ ଦରୁଆନ,ଟିଟୁ ଭୋଇ, ଯୁଧିଷ୍ଠିର ନାଏକ, ବୁର୍ଲା ବ୍ଳଡ ବେଙ୍କ କର୍ମଚାରୀ ମଣ୍ଟୁ ପଧାନ, ଦେବାଶିଷ ମିଶ୍ର,ଜନକ ବେହେରା,ପଇନୁ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ ସହଯୋଗ କରିଥିଲେ। ମାହେଶ୍ୱରୀ ସେନାର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।