-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||     

HOME   ଜିଲ୍ଲା

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ- ବଲାଙ୍ଗିରର ବିକାଶରେ ବାଧକ ସାଜୁଛନ୍ତି ସ୍ତାନୀୟ ସରକାରୀ ଦଳ ରାଜନେତା, ୪ହଜାର କୋଟିର ଜମି ଦୁର୍ନିତିରେ ଉବୁଟୁବୁ ରାଜ ପରିବାର

07-Dec-2022



ଭୂମୀହିନଙ୍କୁ ଜମି ଓ ଘର ଶିଘ୍ର ଯୋଗଉ ଜିଲ୍ଲା ପ୍ରଶାସନ, ଧାନମଣ୍ଡିରେ ମିଲର୍ସଙ୍କ ଉପସ୍ଥିତି ବେଆଇନ - ନରସିଂହ

ବଲାଙ୍ଗିର(ପ୍ରେରଣା ଖବର) - ମହାରାଣୀ ସାଗର, ଲକ୍ଷ୍ମୀଜୋର, ଟ୍ରକ ଟର୍ମିନାଲ, ରିଂ ରୋଡ, ବାଏପାସ୍ ଓ ଗନ୍ଧ୍ରେଲ ଡ୍ୟାମ ସୌନ୍ଦଯ୍ୟିକରଣ ଭଳି ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଆସି ପଡି ରହିଥିଲେ ହେଁ କେତେ ପ୍ରକଳ୍ପ ଆରମ୍ଭ ହୋଇ ନାହିଁ, ଯାହା କିଛି ଆରମ୍ଭ ହୋଇଛି ସେଥିରେ ସ୍ଥାନୀୟ ବିଜେଡି ରାଜନେତାମାନଙ୍କ ଚକ୍ରନ୍ତ ତଥା ଷଡଯନ୍ତ୍ର ଯୋଗୁଁ ତାହ ମଧ୍ୟ ମନ୍ଥର ଗତିରେ ଚାଲିଛି । ଯୋଉଁ ରାଜପରିବାର ପୁର୍ବରୁ ଏଠାରେ ମନ୍ତ୍ରୀ ବିଧାୟକ ସାଂସଦ ଥିଲେ, ୨୦୧୪ ପରବର୍ତ୍ତି ବଲାଙ୍ଗିର ବିକାଶ ଦେଖି ସେମାନେ ସହ୍ୟ କରି ପାରୁ ନାହାନ୍ତି । ଯଦି ବଲାଙ୍ଗିରର ଆହୁରି ବିକାଶ ହୁଏ ତେବେ, କାଳେ ଲୋକେ ତାଙ୍କୁ ଘୃଣା କରିବେ ତାହା ଭାବି ସେମାନେ ବ ର୍ତ୍ତମାନ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ବାଟ ଓଗାଳୁଛନ୍ତି । ଏଭଳି ବିକାଶବିରୋଧି ନେତାଙ୍କୁ ବଲାଙ୍ଗିରବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ଆଜି ସ୍ଥାନୀୟ ସର୍କିଟହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ରାଜ୍ୟ ସରକାର ଅନୁମୋଦନ କରୁଛି । କିନ୍ତୁ ବଲାଙ୍ଗିରରେ ବିଜେଡି ରାଜନେତାମାନେ ସେହି ପ୍ରକଳ୍ପ ଗୁଡିକୁ ବିରୋଧ କରିବା ଦୁର୍ଭାଗ୍ୟଜନକ । ଯେତେବେଳେ ବିଧାନସଭାରେ ଜମି ଜବରଦଖଲ ବିଲ ଆସିଲା, ଏବଂ କୌଣସି ବ୍ୟକ୍ତି ସରକାରୀ ଜମି ଜବରଦଖଲ କରିଥଲେ, ଜବରଦଖଲକାରୀଙ୍କୁ ୭ବର୍ଷ ଜେଲ ସହିତ

ଜରିମାନା ଦଣ୍ଡର ବ୍ୟବସ୍ଥା କରାଯାଇଥିଲା । ସେହି ବିଲ୍ କୁ ବିଧାନସଭାରେ କେବଳ ବଲାଙ୍ଗିର ବିଧାୟକ ହିଁ ବିରୋଧ କରିବା ସହ ସେଥିରେ ଜେଲ ଜରିମାନାରୁ ଭୂମୀହିନ ଗରିବଙ୍କୁ ବାଦ୍ ଦେବା ପାଇଁ ଦାବି କରିଥିଲେ । ସେ ସୁଚେଇ ଥିଲେ ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ଅଛି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଲୋକଙ୍କ ବଞ୍ଚିବାର ଅଧିକାର ରହିଛି । ଏବଂ ବଞ୍ଚିବାର ପାଇଁ ରୋଜଗାର ଆବଶ୍ୟକ । ଏହି ମର୍ମରେ କିଛି ଲୋକ ଗାଁରୁ ଆସି ସହରରେ ଜବରଦଖଲରେ ରହି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ସେଭଳି ଭୁମୀହିନ, ବାସହୀନ ଗରିବମାନଙ୍କ ପାଇଁ ଏହି ବିଲ୍ ରେ ସଂଶୋଧନ ଅଣାଯାଉ ଏବଂ ସେମାନଙ୍କୁ ବିନା ମୁଲ୍ୟରେ ଘର ଓ ଜମି ଯୋଗାଇ ଦିଆଯାଉ ବୋଲି ଏକା ବଲାଙ୍ଗିର ବିଧାୟକ ହିଁ ଦାବୀ କରିଥିଲେ । ଯେଉଁଥିରେ କି ତତକାଳିନ ରାଜସ୍ୱ ମନ୍ତ୍ରୀ ତଥା କିଛି ବିଜେଡି ବିଧାୟକ ମଧ୍ୟ ଏଥିରେ ରାଜି ହୋଇଥିଲେ ଓ ଏହି ବିଲ୍ କୁ ସଂଶୋଧନ କରା ଯାଇ ଥିଲା । କିନ୍ତୁ ରାତା ରାତି ତୃତୀୟ ମାହଲା ଚାପରେ ସରକାର ସଂଶୋଧନକୁ ଫେରାଇ ନେଇ ଯାଇଥିଲେ । ସେ ସମୟରେ ବଲାଙ୍ଗିର ର ଏହି ପୁର୍ବତନ ମନ୍ତ୍ରୀ ନେତାମାନେ କଣ କରୁଥିଲେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।  ବିଜେଡି ତରଫରୁ କିଛି ଦିନ ପୁର୍ବରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀର ପ୍ରସଙ୍ଗ ଉପରେ ହୋଇଥିବା ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ, ବଲାଙ୍ଗିର ରାଜ ପରିବାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ୪ ହଜାର କୋଟି ଟଙ୍କାର ଜମି ଦୁର୍ନିତିରେ ରାଜ ପରିବାର ଲିପ୍ତ ଅଛନ୍ତି । ଏହି ଜମି ଦୁର୍ନିତିକୁ ନେଇ ପିଏସି ତଦନ୍ତ ଆରମ୍ଭ କରି ସାରିଛି । ଆଗରୁ ଅନେକ ଅଭିଯୋଗ ଥିଲେ ହେଁ ରାଜ୍ୟ ର ବିଜେଡି ସରକାର ଏମାନଙ୍କଲ ବିରୋଧ ରେ ପଦକ୍ଷେପ ନେଉ ନାହିଁ । କିନ୍ତୁ ପିଏସି ତାଙ୍କ ଦଳର ନୁହେଁ । ଠିକ ତଦନ୍ତ ହେଲେ ଏମାନଙ୍କ ଜମି ଦୁର୍ନିତି ବିରୁଦ୍ଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହା ସହ ସେ ଏହି କେଳେଙ୍କାରୀରେ ରାଜ ପରିବାର ତରଫରୁ ବହୁ ପୁର୍ବରୁ ଦାଖଲ ହୋଇଥିବା ଜମି ନଥିପତ୍ର ବଲାଙ୍ଗିର ତହସିଲରୁ ତତକାଳିନ ତହସିଲଦାରଙ୍କୁ ଏକ କୋଟି ଟଙ୍କା ଲାଞ୍ଚ ଦେଇ ଏସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଚୋରି କରାଯାଇଥିବା ଶୁଣା ଯାଉଛି ବୋଲି କହିଥିଲେ । ସହର ମଧ୍ୟରେ ଚାରିଶହ ଏକର ଜମି ଘରବାରି ହେବା ରାଜ ପରିବାରର ଜମି କେଳେଙ୍କାରିକୁ ସ୍ୱତଃ ପ୍ରମାଣିତ କରୁଛି । ସାମ୍ବାଦିକ ସମ୍ମିଳନୀରେ ଧାନ କିଣା ଅବ୍ୟବସ୍ଥାର ପ୍ରଶ୍ନର ଉତ୍ତରେ ଶ୍ରୀ ମିଶ୍ର , ସରକାରୀ ଆଇନ ଅନୁ୍‌ାଯାୟୀ ମଣ୍ଡରେ ମିଲ ମାଲିକ କଦାପି ରହି ପାରିବ ନାହିଁ ବୋଲି କହିଥିଲେ । ବିନା କଟନି ଛଟନିରେ ଧାନ କ୍ୱିନ୍ଟାଲ ପିଛା ଚାଷୀକୁ ୨୦୪୦ ଟଙ୍କା ଦିଆଯାଉ । ତାସହ ସେ ଦାବି କରିଥିଲେ ଯେ, ସ୍ୱାମିନାଥନ କମିଟି ସୁପାରିଶ ମୁତାବକ ଆମ ଚାଷୀଙ୍କୁ କ୍ୱିନ୍ଟାଲ ପିଛା ଅମଳ ଖର୍ଚ୍ଚର ଦେଢ ଗୁଣା ସହାୟକ ମୁଲ୍ୟ ଭାବେ ଦିଆଯାଉ ବୋଲି ସେ ଦାବି କରିଥିଲେ । ସେହିପରି କୃଷୀବିମା ସମସା, ଚାଷୀବିମା ସମସ୍ୟା ଓ ଦାଦନ ସମସ୍ୟାରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିଲେ । ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପାଇଁ ୫ଶହ କୋଟି ଟଙ୍କା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ଦିଆ ସରିଛି ବୋଲି ସୁଚନା ଦେଇଥିଲେ । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର , ଜିଲ୍ଲା କିଷାନ କଂଗ୍ରେସ ସଭାପତିସାନନ୍ଦ ମିଶ୍ର, ଜିଲ୍ଲା ମହିଳା ସବାନେତ୍ରୀ ମିଲନୀ ସାହୁ, ବିଧାୟକ ପୌର ନୋମିନୀ ଅଜୟ ବାଲୀ ମଞ୍ଚସୀନ ଥିଲେ ।  


News Comment




Photo in News

Advertisment
Lastest News
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026

You Might Also Like