-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
06-Dec-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ବିଇଓ ରୀନା କୁମାରୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ସମ୍ମାନିତ ଅତିଥି ଭାବେ ବ୍ୟାସଦେବ ରାଏ, ରିଷିମତି ତ୍ରିପାଠୀ, ଟଙ୍କଧର ଭୋଇ ମଂଚାସୀନ ଥିଲେ l ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା, କ୍ଲଷ୍ଟରର ସମସ୍ତ ସିଆରସିସି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା କରାଯିବା ସହ ଚୟନ କରାଯାଇ ପୁରସ୍କୃତ ପ୍ରଦାନ କରାଗଲା l ଏହି ପରିପ୍ରେକ୍ଷୀରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l