-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
05-Dec-2022
ବଲାଙ୍ଗିର, ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା ବନାମ ବିଦର୍ଭ ସର୍ବ ଭାରତୀୟ ୧୯ବର୍ଷ ବର୍ଗ କୁଚ ବେହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସରେ ବିଦର୍ଭ ଦଳ କାଲିର ଅସମାପ୍ତ ପାଳି ୪୪୩/୯ ରୁ ଖେଳ ଆରମ୍ଭ କରି ଆଜି ଆଉ ୮ ରନ ଯୋଡି ସମୁଦାୟ ୪୫୧ ରନ୍ ରେ ଅଲ୍ ଆଉଟ ହୋଇଯାଇଥିଲେ । ଏହାର ଜବାବ୍ ରେ ଓଡିଶା ଦଳ ପ୍ରଥମ ଇଂନିସ ଭଲିଆ ଦ୍ୱିତୀୟ ଇନିଙ୍ଗସ୍ ରେ ମଧ୍ୟ ବ୍ୟାଟିଂ ବ୍ୟବର୍ଯ୍ୟାୟ ର ସମ୍ମୁଖିନ ହୋଇ ମାତ୍ର ୧୧୬ ରନ୍ ରେ ଅଲ୍ ଆଉଟ ହୋଇଯାଇଥିଲେ । ଏହି ମ୍ୟାଚ କୁ ବିଦର୍ଭ ଦଳ ଏକ ଇଂନିଙ୍ଗସ୍ ଓ ୧୮୬ ରନ୍ ରେ ବିଜୟ ଲାଭ କରିଥିଲେ । ଓଡିଶା ଦଳ ତରଫରୁ ଆଶିର୍ବାଦ ସ୍ୱାଇଁ ୨୫ ରନ୍, ଏସ୍. ଇଜାଉଦ୍ଧିନ୍ ୨୫ ରନ୍ ଓ ଆଦିତ୍ୟ ଜୟସିଂହ ୨୫ ରନ୍ ସଂଗ୍ରହ କରିଥିଲେ । ବିଦର୍ଭ ଦଳ ପକ୍ଷରୁ ପାର୍ଥବ ମାହେଶ୍ୱରୀ ୨ ଗୋଟି, ରାଜସିଂ ଚୌହାନ ୩ ଗୋଟି, ଜଗଯୋତ ସିଂ ଗୋଟିଏ ଓ ଧର୍ମେନ୍ଦ୍ର ଠାରୁ ୩ ଗୋଟି ଓି୍ୱକେଟ ଅକ୍ୱିଆର କରିଥିଲେ । ଜଗଯୋତ ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବରେ ପୁରସ୍କୃତ କରିଯାଇଥିଲା । ଆଜି ଏହି ଉଦ୍ଯାପନି ଉତ୍ସବରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ବିକ୍ରମାନନ୍ଦ ବହିଦାର ମୁଖ୍ୟ ଅତିଥି, ନୂଆପଡା କ୍ରିକେଟ ଏସୋସିଏସନ ର ସଂପାଦକ ସରୋଜ ସାହୁ , ସୋନପୁର କ୍ରିକେଟ ଏସୋସିଏସନର ସଂପାଦକ ପ୍ରଦୀପ ସେଠି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉପ-ସଭାପତି ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ଶତୃଘନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ସୁଧିର ଚନ୍ଦ୍ର ପଣ୍ଡା, ରମାକାନ୍ତ ସେଠ, ରାଜେନ୍ଦ୍ର ପୁରୋହିତ, ସଂଗ୍ରାମ ବହିଦାର, ଏଥେଲଟିକ୍ ସଂପାଦକ ବିଭୁତି ଭୂଷଣ ପଣ୍ଡା, , କ୍ରିକେଟ କୋଚ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।