-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
03-Dec-2022
ସୁବର୍ଣ୍ଣପୁର -ଆଜି ସୋନପୁର କଲେଜ ପଡିଆ ଠାରେ ଅନ୍ତଃ ବିଭାଗୀୟ କ୍ରିକେଟ ଟୁର୍ନାମେଣ୍ଟ 2022/23 ଉଦଘାଟନ ହୋଇ ଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଫେସର ଭାଗରଥୀ ମହାପାତ୍ର, ପ୍ର. ଅନନ୍ତ ନାରାୟଣ ଦାଶ, ପ୍ର. ଅଶ୍ୱିନୀ କୁମାର ହୋତା, ଏନ ସି ସି ଲେଫ୍ଟନେଣ୍ଟ ଆଶିଷ କୁମାର ଆଗ୍ରୱାଲl, ଅଧ୍ୟାପକ ଡ ମୀନ କେତନ କୁମ୍ଭାର ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରି ବିଜେତା ଦଳ କୁ ପୁରସ୍କୃତ କରିଥିଲେ l ପ୍ରାକ୍ତନ ଛାତ୍ର ରିପୁନ ନାଏକ, ସଚିନ ବାଗ ଖେଳ ପରିଚାଳନା କରିଥିବା ବେଳେ ନୂତନ ଓ ପୁରାତନ ଛାତ୍ର ଆୟୋଜନ ରେ ସହଯୋଗ କରିଥିଲେ l