-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
02-Dec-2022
ବୌଦ୍ଧ (ହୃଦାନନ୍ଦ ମେହେର ) - ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଏବିଭିପିର ହରଭଙ୍ଗା ନଗର ସମ୍ମିଳନୀ ହରଭଙ୍ଗା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ମନୋଜ ପ୍ରହରାଜ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟ ସମିତି ସଦସ୍ୟ ଶିବାଶିଷ ପଣ୍ଡା ଯୋଗ ଦେଇଥିଲେ l ଦେବାଶିଷ ସେଠି ମଞ୍ଚ ପରିଚାଳନା କରିଥିଲେ | ସମ୍ମିଳନୀ ରେ ନୂତନ କାର୍ଯ୍ୟକାରୀଣୀ ଗଠନ କରାଯାଇଥିଲା | ନଗର ସଭାପତି ପ୍ରିୟନାଥ ଶର୍ମା ନଗର ସମ୍ପାଦକ ସରୋଜ ନାୟକ, ସହ ସମ୍ପାଦିକ ଲିଳିମା ରାଣୀ ପ୍ରଧାନ, ଦ୍ରପଦି ମୁଦଳୀ,ସବ୍ୟସାଚି ପ୍ରଧାନ, ବାଦଲ ସେଠି, ରାକେଶ ବାଘ, ଦେବାକର ମେହେର, ମିଳନ ଭୁକ୍ତା, ସୁରଞ୍ଜନ ନାୟକ, ପପୁନ ପ୍ରଧାନ, ପ୍ରିୟଙ୍କା ମଲ୍ଲିକ, ଅନିତା ବେହେରା, କଲ୍ୟାଣ ଖେତୀ, ରାଜେଶ୍ୱରୀ ଭକ୍ତା ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା | ଶେଷରେ ଜିଲ୍ଲା ସଂଯୋଜକ ଦେବାଶିଷ ସେଠି ଧନ୍ୟବାଦ ଦେଇଥିଲେ l