-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ମହାନଗର

ବିଶ୍ୱ ଏଡ୍‌ସ ଦିବସ ଆଜି, ଜିଲ୍ଲାରେ ୩୯୫୭ ଜଣ ଏଚ୍‌ଆଇଭି ସଂକ୍ରମିତ, ଏଡ୍‌ସ ନେଲାଣି ୪୬୫ ଜୀବନ

01-Dec-2022



ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ) ଆଜି ବିଶ୍ୱ ଏଡ୍‌ସ ଦିବସ I ସମ୍ବଲପୁର ଜିଲ୍ଲାରେ ଏଡ୍‌ସ ରୋଗ ଏ ପର୍ଯ୍ୟନ୍ତ ୪୬୫ ଜଣଙ୍କ ଜୀବନ ନେଇସାରିଲାଣି। ତେବେ, ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ୩୩୩ ଜଣ ଏଚ୍‌ଆଇଭି ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି I ରାଜ୍ୟରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶା ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ଚିହ୍ନଟ ସହ ସେମାନଙ୍କ ଆବଶ୍ୟକ ସହୟତା ଯୋଗାଇବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର(ଆଇସିଟିସି) ଖୋଲାଯାଇଛି। ରକ୍ତ ପରୀକ୍ଷା ପରେ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିଲହେଁ ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦିଆଯାଉଛି। ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବୁର୍ଲା, ରେଢ଼ାଖୋଲ, କୁଚିଣ୍ଡା ଓ ଲଇଡ଼ାରେ ଆଇସିଟିସିର କେନ୍ଦ୍ର ରହିଛି। ସମ୍ବଲପୁର ସଦର ଡାକ୍ତରଖାନା କେନ୍ଦ୍ରରେ ୨୦୦୨ ମସିହାରୁ ରକ୍ତ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ ୨୦୦୨ ମସିହାରୁ ୨୦୨୨ ମସିହା ମଧ୍ୟରେ ଗତ ୨୦ ବର୍ଷ ମଧ୍ୟରେ ୪୬୫ ଜଣ ଏଡ୍‌ସ ରୋଗୀଙ୍କ ମତ୍ୟୁ ଘଟିଥିବା ବେଳେ ୩୯୫୭ ଜଣ ବ୍ୟକ୍ତି ଏଚ୍ଆଇଭି ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି।  ଅକ୍ଟୋବର ୨୦୨୨ ସୁଦ୍ଧା ଜିଲ୍ଲାରେ ସର୍ବମୋଟ ୩୯୫୭ ଜଣ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।  ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବହୁତ ଅଧିକ ରହିଛି I ଗତ ୨୦୧୭ ମସିହା ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୩୬ରେ ସୀମିତ ଥିବା ବେଳେ ଗତ ୫ ବର୍ଷ ମଧ୍ୟରେ ଆହୁରି ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଏଚ୍‌ଆଇଭି/ଏଡ୍‌ସ ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସହ ଚାଉଳ, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ଟଙ୍କା ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ମାତ୍ର ସବୁ ରୋଗୀଙ୍କୁ ଏହି ସୁବିଧା ମିଳିପାରୁ ନାହିଁ। ବହୁ ରୋଗୀ ଲୋକଲଜ୍ଜା ଭୟରେ ଏସବୁ ଯୋଜନାର ଫାଇଦା ନନେଇ ଘୋର ଅସୁବିଧା ମଧ୍ୟରେ କାଳାତିପାତ କରୁଛନ୍ତି I


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like