-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
27-Nov-2022
ବଲାଙ୍ଗିର, ବୀର ବଜରଙ୍ଗ ବଲି ଏସୋସିଏସନ କୁ ଦେଇଇପାଲି ତରଫରୁ ଚତୁର୍ଥ ବର୍ଷ ବିର ବଜରଙ୍ଗବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ପଞ୍ଚମ ଦିନର ଖେଳ ରେ କର୍ଲାମୁହାଣ କୁ କାଲସାଏ ପାଲି ୨-୦ ଗୋଲରେ ଫାଇନାଲ ରେ ପ୍ରବେଶ । ଦ୍ୱିତୀୟ ମ୍ୟାଚ କୁରୁଲ କୁ ଅମାମୁଣ୍ଡା ୧-୦ ଗୋଲ୍ ରେ ପରାସ୍ତ କରି ଫାଇନାଲ କୁ ପ୍ରବେଶ। ଫାଇନାଲରେ ଅମାମୁଣ୍ଡା କୁ କାଲସାଏ ପାଲି ଟ୍ରାଇବ୍ରେକର ରେ ବିଜୟୀ ହୋଇଛି । ଅମନ ନାଗ, ସଂଗ୍ରାମ ବହିଦାର, ସତ୍ୟବାନ ।ସଞ୍ଜିବ ମହାରଣା, ପ୍ରଫୁଲ୍ଲ ବଗର୍ତି, ସଜନ କୁଦେଇ, ଶ୍ରବନ ବାଗ ଖେଳକୁ ରେଫରି ଭାବରେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଗଙ୍ଗାଜଳ କୁଦେଇ, ଭାଗିରଥି କୁଦେଇ, ଦୈଲତ କୁଦେଇ, ନିଲୁ କୁଦେଇ, ମଣ୍ଟୁ ବଗର୍ତ୍ତି, ପ୍ରଦିପ କୁଦେଇ ଙ୍କ ତତ୍ୱାବଧାନରେ ଖେଳଟି ଅନୁଷ୍ଠିତ ହୋଇଥିଲା । ବିର ବଜରଙ୍ଗ ବଳି କ୍ଳବ୍ ଓ କୁଦେଇପାଲି ଗ୍ରାମବାସୀ ବୃନ୍ଦ ସମସ୍ତେ ସହଯୋଗ କରିଥିଲେ।