-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
26-Nov-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ଆଜି ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହା ବିଦ୍ୟାଳୟ ରାଜନୀତି ସମ୍ମାନ ବିଭାଗ ଛାତ୍ରୀ ମାନଙ୍କ ଦ୍ୱାରା ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି l ଏହି ସମାରୋହ ରେ ଡିଗ୍ରୀ କଲେଜ ର ଅଧ୍ୟକ୍ଷା ଶ୍ରୀମତୀ ରିତାରାଣୀ ପୁଜାହାରୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସୂର୍ଯ୍ୟ କାନ୍ତି ନାୟକ ଯୋଗ ଦେଇ ଆଜିର ଏଇ ପବିତ୍ର ଦିବସ କୁ ସମ୍ବିଧାନ ଦିବସ ବା ଆଇନ ଦିବସ ଭାବେ ଆମେ ପାଳନ କରି ଆସୁଛୁ ଏବଂ ଭାରତ କୁ ଏକ ସାର୍ଵଭୌମ, ସମାଜ ବାଦୀ, ଧର୍ମ ନିରପେକ୍ଷ, ଓ ଗଣତାନ୍ତ୍ରିକ ଜନ ରାଜ୍ୟ ଭାବେ ଗଠନ କରିବା କୁ ସମସ୍ତେ ସଂକଳ୍ପ ନେବା ଉଚିତ ବୋଲି ମତ ରଖିଥିଲେ l ଏବଂ ଆମ
ଭାରତ ର ସମ୍ବିଧାନ ହେଉଛି ନୈତିକ ପରିପୂର୍ଣ୍ଣତା ସାଧନ ବୋଲି ମତ ରଖି ସମଗ୍ର ବିଶ୍ୱ ରେ ଭାରତୀୟ ନାଗରିକ ଅନନ୍ୟ ଓ ଅସାଧାରଣ ଏବଂ ଭାରତୀୟ ଭାଷାରେ ସବୁ ପ୍ରକାର ର ଶିକ୍ଷାଦାନ ହେଉଛି ଆଜିର ଆହ୍ୱାନ ବୋଲି କହିଥିଲେ l ରାଜନୀତି ସମ୍ମାନ ବିଭାଗ ଛାତ୍ରୀ ଙ୍କ ଦ୍ୱାରା ପରିଚାଳିତ ଏହି ସଭାରେ ବିଭାଗୀୟ ଛାତ୍ରୀ ମାନେ ଆମ ସମ୍ବିଧାନ ର ମହତ୍ୱ ଓ ଗୁରୁତ୍ୱ ଉପରେ ବିସ୍ତାର ଭାବେ ଆଲୋକପାତ କରିଥିଲେ l ଚନ୍ଦ୍ରମା, ଶୁଭଶ୍ରୀ, ଲଷ୍ମୀ, ମାନସୀ, ଅନୁସୟା ପ୍ରମୁଖ ଛାତ୍ରୀ ଙ୍କ ସଭା ରେ ମୁଖ୍ୟ ଭୂମିକା ରହି ଥିଲା l