-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ବଲାଙ୍ଗୀର ଜିଲ୍ଲା ସଂସ୍କୃତ ପରିଷଦର ମାସିକ ଅଧିବେଶନ ପରିଷଦର ସଭାପତି ନାମଯଜ୍ଞ ମିଶ୍ରଙ୍କ ପୌରହିତ୍ୟରେ ସ୍ଥାନୀୟ ଗୋପାଲଜୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ମଙ୍ଗଳାଚରଣ ପଠନ ପରେ ବ୍ରଜବିହାରୀ ତ୍ରପାଠୀ ବେଦପାଠ କରିଥିଲେ । ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡ.ସତ୍ୟବନ୍ତ ବେଦବାକ ଶ୍ରୀମତ ଭାଗବତ ଗୀତାର ମହାତ୍ମ୍ୟ ଓ ଜନ୍ମମୃତ୍ୟୁର ରହସ୍ୟ ଉପରେ ବୁଝାଇଥିଲେ । ସଂପାଦକ ଜୟରାମ ମିଶ୍ର ଆସନ୍ତା ଡିସେମ୍ବର ୫ ତାତିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଗୀତା ଜୟନ୍ତୀ ସଂପର୍କରେ ସୂଚନା ଦେଇଥିଲେ । ଉକ୍ତ ଅଧିବେଶନରେ ଅନ୍ୟ ମାନଙ୍କ ମଧ୍ୟରେ ନୀଳମଣି ମିଶ୍ର, ମଦନମୋହନ ରଥ, କିଶୋର ମୋହନ ମିଶ୍ର, ଟିକେଶ୍ୱର ଗୁରୁ, ଦୁର୍ଗା ପ୍ରସାଦ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସହସଂପାଦକ ରାଜକିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।