-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ବଲାଙ୍ଗୀର/ ମେସିନରେ ଗଛ କାଟୁଥିବା ଅସାବଧାନତା ବସତ ଜଣେ ଯୁବକଙ୍କ ହାତର ଚାରି ଆଙ୍ଗୁଳି କଟିଯାଇଛି । ସେ ବର୍ତ୍ତମାନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଚାଣ୍ଟିପଦର ଗାଁ ରେ । ସୂଚନାରୁ ପ୍ରକାଶ ଯେ, ହେି ଗାଁ ର ଭବାନୀ ନାଗ(୧୭) ନିଜ ଘରେ ଥିବା ଏକ ବଡ ଛକୁ ମେସିନ ସାହାର୍ଯ୍ୟ ରେ କାଟୁ ଥିବା ସମୟରେ ଅସାବଧାନତା ବସତଃ ମେସିନ୍ ହାତରେ ଲାଗିଯାଇଥିଲା । ଏହା ଦ୍ୱାରା ଭବାନୀ ଙ୍କ ହାତର ଚାରି ଆଙ୍ଗୁଳି କଟିଯାଇଥିଲା । ରକ୍ତାକ୍ତ ଅବସ୍ତାରେ ଡଭବାନୀଙ୍କୁ ପ୍ରଥମେ ତୁଷୁରା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି ।