-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ସଭାଗୃହ ଠାରେ ଆଜି ଯୁବ ରେଡକ୍ରସ ନୂତନ ସଭ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ତଥା ପୂର୍ବତନ ଯୁବ ରେଡକ୍ରସ କାଉନସିଲର ଡ଼ ଯଜ୍ଞେଶ୍ଵର ସାହୁ,ସ୍ଵତନ୍ତ୍ର ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଯୁବ
ରେଡକ୍ରସ ସଂଯୋଜକ ପ୍ରଫେସର ଉମାକାନ୍ତ ନାଗ,ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗ ମୁଖ୍ୟ ଗୋପାଳ କୃଷ୍ଣ ଦାଶ ଯୋଗଦେଇ ରେଡକ୍ରସ ର ଇତିହାସ ଓ ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ କାଉନସିଲର ତଥା ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ର ପରିଚାଳନା କରିଥିବା ବେଳେ ମହିଳା କାଉନସିଲର ତଥା ଓଡ଼ିଆ ଅଧ୍ୟାପିକା ବିଘେଂସ୍ୱରି ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ କଲେଜର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ l