-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
17-Nov-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ |ଆଜି ଏହି ଗଣମାଧ୍ୟମ ପାଇଁ ଦିନଟିଏ ଅର୍ଥାତ୍ ଜାତୀୟ ପ୍ରେସ ଦିବସ । ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ‘ଦି ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ସ୍ଥାପିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ଏହି ପ୍ରରିପ୍ରେକ୍ଷୀରେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ବୁଧବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି |
ଆଞ୍ଚଳିକ ସାମ୍ବାଦିକ ସଂଘ, ଗଣିଆ ତରଫରୁ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଜଗତକଲ୍ୟାଣ ପାଇଁ ପୂଜାର୍ଚ୍ଚନା କରି ଗଣିଆ ବଜାରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି | ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉପସ୍ଥିତ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରିବା ପରେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଧୁସୂଦନ ଦାସଙ୍କ ସହଯୋଗରେ କର୍ମଚାରି ଓ ଆଞ୍ଚଳିକ ସଂଘର ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ୱାରା ମେଡିକାଲ ପରିସର ସଫା କରିବା ସହିତ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରାଯାଇଥିଲା | ଆର. ସି. ସାମନ୍ତରାୟ ମହାବିଦ୍ୟାଳୟ ଏବଂ ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ ଆନୁକୂଲ୍ୟରେ ଏକ ସଭା ମହାବିଦ୍ୟାଳୟ ପରିସରରରେ ଆୟୋଜନ ହୋଇଥିଲା | ଆୟୋଜିତ ସଭାରେ ଆଞ୍ଚଳିକ ସାମ୍ବାଦିକ ସଙ୍ଘର ସଭାପତି ଅଖିଳ ବିହାରି ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ଝୁନା ଜେନା ଯୋଗଦେଇଥିବା ବେଳେ ସାମ୍ନାନୀତ ଅତିଥିଭାବେ ଉପାଧ୍ୟକ୍ଷ ରାଜ କିଶୋର ସାହୁ , ଜିଲ୍ଲାପରିଷଦ ସଭ୍ୟ ନରେଶ କୁମାର ବେହେରା, ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା, ଗଣିଆ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ , ଆୟନ ଫାଉଣ୍ଡେସନର ସମ୍ପାଦକ ପଙ୍କଜ କୁମାର ସାହୁ , ଗଣିଆ ପଞ୍ଚାୟତ ସମିତିସଭ୍ୟ ଫକୀର ମୋହନ ଡାକୁଆ , ବେଲପଡା ସରପଞ୍ଚ ସୁକାନ୍ତ ଗଣ୍ଠିଆ ପ୍ରମୁଖ ମଞ୍ଚାସିନ ଥିଲେ | ତହସିଲଦାର ମହୋଦୟ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ସାମ୍ବାଦିକ ମାନଙ୍କ ଦ୍ୱାରା କିପରି ସ୍ୱଚ୍ଛସମାଜ ଗଠନ ହୋଇ ପାରିବ ସେ ବିଷୟରେ ସମ୍ୟକ ସୂଚନାପ୍ରଦାନ ସହିତ ସାମ୍ବାଦିକତା କୁ ଆପଣାଇବା ପାଇଁ ବିଭିନ୍ନ ମାର୍ଗ ବିଷୟରେ ଅବଗତ କରାଇଥିଲେ |
ସାମ୍ବାଦିକ ସଂଘର ସ୍ଥାୟୀ ଗୃହ ନିର୍ମାଣ ପାଇଁ ସଂଘର ଦୁଇଉପଦେଷ୍ଟା ଦେବୀ ପ୍ରସାଦ ଦାସ ଓ ବିଶ୍ୱରଂଜନ ସେଠି
ଉପସ୍ଥାପନା କରିଥିବା ବେଳେ ଉପସ୍ଥିତ ମୁଖ୍ୟ ଅତିଥି ଓ ସାମ୍ନାନୀତ ଅତିଥିମାନେ ନିଜନିଜ ପ୍ରଚେଷ୍ଟା ରେ ଯୁଦ୍ଧକାଳୀନ ଭିତ୍ତି ରେ ଗୃହ ନିର୍ମାଣ ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ | ସଙ୍ଘ ତରଫରୁ ଆୟୋଜିତ ସଂଗୀତ ଓ ବକୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶ୍ରେଷ୍ଠ ପାଠକ ଭାବେ ଗଣିଆ ପାଟଣାସାହିର ଭୋଲେଶ୍ୱର ସାହୁଙ୍କୁ ମଧ୍ୟ ପୁରସ୍କୁତ କରାଯାଇଥିଲା | ଉକ୍ତ ସଭାରେ ସଂଘର ସହସମ୍ପାଦକ ସୁଭାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ଉପସଭାପତି ସମୀର କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ସମସ୍ତ ସଭ୍ୟ ଓ ମହାବିଦ୍ୟାଳର ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ |