-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
ବଲାଙ୍ଗିର, (ପ୍ରେରଣା ଖବର) - ବିଶ୍ୱ ଏଡ୍ସ ଦିବସ ଅବସରରେ ମାହେଶ୍ୱରୀ ସଙ୍ଗଠନ ର କର୍ମକର୍ତ୍ତା ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଭୀମ ସାହୁ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ମାଧ୍ୟମରେ କୂଡାସିଂହା ପ୍ରାଥମିକ ଡାକ୍ତର ଖାନରେ ବହୁଦିନ ଧରି ଖାଲି ପଡିଥିବା ଡାକ୍ତର ପଦବୀ ସହ ଜଣେ ଆୟୁଷ ଡାକ୍ତର ଙ୍କ ନିଯୁକ୍ତି ତଥା ସେଠାରେ ଏକ ପାଥୋଲେବ ଖୋଲିବା ପାଇଁ ଲିଖିତ ଭାବେ ଅନେକ ଗ୍ରାମବାସୀ ଙ୍କ ଦସ୍ତଖତ ସହ ପ୍ରଦାନ କରିଥିଲେ l ଖୁବଶୀଘ୍ର କୁଡାସିଂହା ରେ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସିଡିଏମଓ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି l
ସୂଚନାଯୋଗ୍ୟ, ସବୁବେଳେ ନିଜ ଅଞ୍ଚଳ ଓ ଲୋକଙ୍କ ସମସ୍ୟା ର ସମାଧାନ କରିବା ଦିଗରେ କାମ କରି ଆସିଛି ମାହେଶ୍ୱରୀ ସଂଗଠନ l