-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମରେ ଡିସେମ୍ବରରେ ୨୭ ରୁ ଜାନୁଆରୀ ୪ ପର୍ଯ୍ୟନ୍ତ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ସହକାରେ ଶୁଭ ସ୍ତମ୍ଭକୁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମର ସ୍ଥିତ ମାଲେଶ୍ରୀ ମଣ୍ଡପକୁ ନିଆଯାଇଥିଲା। ଏହି ଅବସରରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଆୟୋଜକ କମିଟି ସଭାପତି ସତ୍ୟଞ୍ଜୀବ ମିଶ୍ର, ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର,ଜିଲାପରିଷଦର ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ସମ୍ପାଦକ ଶିବାନନ୍ଦ ତ୍ରୀପାଠୀ,
ସହ ସମ୍ପାଦକ ସୁରୁନାରାୟଣ ମହାକୁର, ବଲାଙ୍ଗୀର ଜିଲ୍ଲା ସମବାୟ ବ୍ୟାଙ୍କ ଡାଇରେକ୍ଟର ବନମାଳୀ ମେହର, ଯୋଗିନ୍ଦ୍ର ମିର୍ଦ୍ଧା, ଉପଦେଷ୍ଟା ଡ. ପ୍ରଫୁଲ୍ଲ କୁମାର ରଥ, ଅନିଲ ଦାନୀ, ଭୂଷଣ ପାତ୍ର,ଦ୍ବୀତୀକୃଷ୍ଟ ପଣ୍ଡା, ଓକିଲ ସଂଘର ସଭାପତି ଯତିନ ପାଣିଗ୍ରାହୀ, ଆଇନଜୀବି ଶ୍ରୀନିବାସ ଚାନ୍ଦ , ପ୍ରଦୀପ ମିଶ୍ର, ମଧୂସୁଦନ ପଣ୍ଡା, ଧୀରେନ୍ଦ୍ର ପଣ୍ଡା, ସନ୍ତୋଷ ମିଶ୍ର, ସୋମନାଥ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ପୂଜକ ପଣ୍ଡିତ ମନୋରଞ୍ଜନ ଦାସ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବରିଷ୍ଠ ଆଇନଜୀବି ବିଷ୍ଣୁଚରଣ ପଣ୍ଡା କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି।