-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
11-Nov-2022
ରେଙ୍ଗାଲି/ସମ୍ବଲପୁର,: ବିଜୁ ଏକ୍ସପ୍ରେସ୍ର ୱେ ସମ୍ବଲପୁର -ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା I ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଝାରସୁଗୁଡ଼ାରୁ ଆସୁଥିବା ମହାଲକ୍ଷ୍ମୀ ବସକୁ ପଛରୁ ଏକ ଟ୍ରକ୍ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା I ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି I ଉକ୍ତ ବସଟି ଘଟଣାସ୍ଥଳରେ ଠିଆ ହୋଇଥିବା ବେଳେ ଟ୍ରକଟି ପଛପଟୁ ପିଟିଥିଲା I ଏହା ଦେଖି ଯାତ୍ରୀମାନେ ଭୟରେ ବସରୁ ବାହାରି ଆସିଥିଲେ I ମାତ୍ର କେତେକଜଣ ବାହାରେ ଛିଟକି ପଡ଼ିଥିଲେ। ସେମାନଙ୍କ ଭିତରୁ ଜଣଙ୍କର ପ୍ରାଣହାନି ଘଟିଛି I ଉଭୟ ଟ୍ରକ୍ ଓ ବସ୍ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ସକାଳ ପାଖାପାଖି ୭ଟା ୨୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ସ୍ଥାନୀୟ ଲୋକ ଓ ପୁଲିସର ସହାୟତାରେ ସମସ୍ତ ଆହତ ମାନଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି I ପୋଲିସ ଘଟଣାସ୍ଥଳରୁ ଦୁଇ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି I
(ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍)