-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
11-Nov-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆଜି ବଲାଙ୍ଗିର ଅବକାରୀ ବିଭାଗର ରେଡିଙ୍ଗ ଟିମ୍ ଚଢାଉ କରି ବଲାଙ୍ଗିର ସଦର୍ ବ୍ଲକ ସାରସପିଟା ଗାଁରୁ ମୋଟ୍ ୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର ହେଉଥିବା ଦୁଇଟି ମୋଟର ସାଇକେଲ ଉଦ୍ଧର କରିଛନ୍ତି l ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ମାଲପଡ଼ାର
ରାଜେଶ କୁମ୍ଭାର (୨୭)ଙ୍କ ଠାରୁ ୫କେଜି ଗଞ୍ଜେଇ ଓ ପାଟଣାଗଡ ଥାନା ର ମରୁଆ ଗାଁ ର ରିଙ୍କୁ ନାଗ ଙ୍କ ଠାରୁ ୪ କେଜି ୫୦୦ ଗ୍ରାମ ର ଗଞ୍ଜେଇ ଓ ଗୋଟିଏ ବାଇକ୍ ଜବତ କରିଛି l
ବଲାଙ୍ଗିର ଅବକାରୀ ବିଭାଗର ଆଇ ଇ ସରୋଜ କୁମାର ପରିଡା, ମଞ୍ଜୁ ପ୍ରତିମା ଏକ୍କା, କନଷ୍ଟେବଲ୍ ଅଜିତ ସାହୁ ଓ ରମlନସୁ ଷଡଙ୍ଗୀଙ୍କ ନେତୃତ୍ଵରେ ଏହି ଚଢାଉ ହୋଇଥିବା ବେଳେ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି l