-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
10-Nov-2022
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମର ଠାରେ ଆସନ୍ତା ଡିସେମ୍ବରରେ ୨୭ରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ପାଇଁ ଗୁରୁବାର କଂସ ବରଣ ଅନୁଷ୍ଠିତ ହୋଇଯାଇଛି। କଂସ ଭୂମିକାରେ ଗୋପାଳ ସାହୁ (ଏଲି )ଙ୍କ ବରପାଲି ନିଜ ବାସଭବନରେ ଧନୁଯାତ୍ରା କମିଟିର ସଦସ୍ୟ ମାନେ ପହଞ୍ଚି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଗୁଆ ନଡ଼ିଆ ଉପଢୌକନ ଦେଇ ବରଣ କରିଥିଲେ। ଧନୁଯାତ୍ରା କମିଟିର କାର୍ଯକାରୀ ସଭାପତି ନାରାୟଣ ଲୁହା, ସଂପାଦକ ଶିବାନନ୍ଦ ତ୍ରିପାଠୀ ଯୁଗ୍ମ ସମ୍ପାଦକ ଶୁରୁ ନାରାୟଣ ମହାକୁର , ସହ ସମ୍ପାଦକ ଦୂର୍ଗେଶ୍ ପଣ୍ଡା , ଚମ୍ପାମାଲ ସମିତିସଭ୍ୟ
ଲକ୍ଷ୍ମୀନାରାୟଣ ପୁରୋହିତ, ଉପଦେଷ୍ଟା କମିଟି ସଦସ୍ୟ ପ୍ରଫୁଲ୍ଲ ରଥ, ବିଷ୍ଣୁ ଚରଣ ପଣ୍ଡା ,ଯୁଗଳ ମିଶ୍ର ,ଧୀରେନ୍ଦ୍ର ନାରାୟଣ ପଣ୍ଡା, ଦ୍ଵିତିକୃଷ୍ଣ ପଣ୍ଡା , ବିପିନ ପଣ୍ଡା ମଧୁସୂଦନ ପଣ୍ଡା ଓ ମନୋରଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଆସନ୍ତା ଡ଼ିସେମ୍ବର ୨୭ ତାରିଖ ରୁ ଆରମ୍ଭ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ରେ ପ୍ରତେହ ଦିନ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ସମୟରେ କଂସ ଦରବାର, ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର ବିଭିନ୍ନ ମନହରି ଦୋକାନ ବଜାର ରହିଥିବା କମିଟି ପକ୍ଷରୁ ସ୍ଥିରୀକୃତ କରାଯାଇଛି।