-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Nov-2022
ବଲାଙ୍ଗୀର ର ସାମାଜିକ ଅନୁଷ୍ଠାନ ଜେସିଆଇର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି ସୃଷ୍ଟି ଅଗ୍ରୱାଲ । ଜେସିଆଇ ବଲାଙ୍ଗିରର ଅଧ୍ୟକ୍ଷ ଜେସି ପରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏକ ରଂଗା ରଂଗ କାର୍ଯ୍ୟକ୍ରମରେ ନୂତନ ଅଧ୍ୟକ୍ଷଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଥିଲା । ନିର୍ବାଚନ ଅଧିକାରୀ ରାମ ଅବତାର ଅଗ୍ରୱାଲ୍ ନିର୍ବାଚନ ପ୍ରକ୍ରିୟାକୁ ତୁଳାଇଥିବା । ଏହି ଅବସରରେ ଅଭିଲାଶ ଅଗ୍ରୱାଲ ସଚିବ , ଉଜ୍ୱଲ ସିଂଘଲ କୋଷାଧ୍ୟକ୍ଷ ଏବଂ ନୀଲମ ଅଗ୍ରୱାଲ ମହିଳା ଜେସି ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ୧୫ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ନିକଟରେ ନାଗପୁରରେ ଅନୁଷ୍ଠିତ କ୍ଷେତ୍ରୀୟ କନ୍ଫରେନ୍ସରେ ବଲାଙ୍ଗିର କୁ ୨୫ରୁ ଅଧିକ ପୁରସ୍କାର ସହିତ ପୁରସ୍କୃତ କରାଯାଇଥିଲା । ୨୦୨୩ର ଅଧ୍ୟକ୍ଷ ସୃଷ୍ଟି ଅଗ୍ରୱାଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସେ ବର୍ଷସାରା ତାଙ୍କ କ୍ଷମତାଠାରୁ ଅଧିକ କାର୍ଯ୍ୟ କରିବେ ଏବଂ ଜେସିଆଇ ବଲାଙ୍ଗିର ସିଟି କୁ ଏକ ନୂତନ ପରିଚୟ ଦେବେ । ଆସନ୍ତା ଡିସେମ୍ବର ୩ ତାରିଖ ସରୋଜିନି ରେସିଡେନ୍ନ୍ସି ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ପାଳନ କରାଯିବା ବୋଲି ପରେଶ ଅଗ୍ରୱାଲ ସୂଚନା ଦେଇଛନ୍ତି ।