-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
ନର୍ଲା (ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପରିସର ମଧ୍ୟରେ ଏସ.ଡି.ପି.ଓ ଙ୍କ ନୂତନ କାର୍ଯ୍ୟାଳୟ ସାଉଥ ୱେଷ୍ଟର୍ଣ୍ଣ ରେଞ୍ଜର ଡ଼ିଆଇଜି ସେଫିନ ଅହମ୍ମଦ କେ ଙ୍କର କରକମଳରେ ଉଦଘାଟିତ ହୋଇଯାଇଛି | ଏହି ନୂତନ କାର୍ଯ୍ୟାଳୟର ପ୍ରତ୍ୟେକ ପ୍ରକୋଷ୍ଠରେ ବେଲୁନ ଲଗାଇ ସାଜସଜ୍ଜା କରା ଯିବା ସହ ପୂଜାର୍ଚନା କରାଯାଇଥିଲା | ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲା ଏସ.ପି ବି. ଗଙ୍ଗାଧର, କେସିଙ୍ଗା ଏସଡ଼ିପିଓ ଏସ. ସୁଶ୍ରୀଙ୍କ ସମେତ ଆଇଆଇସି ଅଶୋକ କୁମାର ମହାପାତ୍ର, ନର୍ଲା, ଲାଞ୍ଜିଗଡ, ବିଶ୍ୱନାଥ ପର,ପ ଲମ, ଉତ୍କେଲା, ଏମ ରାମପୁର ପ୍ରମୁଖ ସମସ୍ତ ଥାନା ଓ ଫାଣ୍ଡି ଅଧିକାରୀ ଏହି ଉତ୍ସବ ରେ ଯୋଗ ଦେଇଥିଲେ | ଏହି ନୂତନ କାର୍ଯ୍ୟାଳୟକୁ ଓଡିଶା ଷ୍ଟେଟ ପୋଲିସ ହାଉସିଂ ଏବଂ ୱେଲ ଫେୟାର କର୍ପୋରେସନ ଲିମିଟେଡ଼, ଭବାନୀପାଟଣା ଦ୍ୱାରା ନିର୍ମାଣ କରାଯାଇଥିଲା | କେସିଙ୍ଗା ଆଇଆଇସି ଅଶୋକ କୁମାର ମହାପାତ୍ର ,ମହିଳା ଆଇଆଇସି ଦିପାଞ୍ଜଳି ପ୍ରଧାନ ପ୍ରମୁଖ ଏହି ଉଦଘାଟନୀ ଉତ୍ସବ ରେ ପରିଚାଳନା କରିଥିଲେ |