-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ପୁଇଁତଳା, (ବିନୋଦ କୁମାର ଦୀପ) ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ଅଧିନସ୍ତ ଦୁର୍ଗାପାଲି ଠାରେ ଦୁର୍ଗାପାଲି ରାମଜୀ କମିଟି ପକ୍ଷରୁ ସପ୍ତାହ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ୟାସ ଛନ୍ଦାଚରଣ ରଥ (ବ୍ରାହ୍ମଣ), କର୍ତ୍ତା ବଳଦେବ ସେଠ୍ (ସସ୍ତ୍ରୀକ), ପୂଜକ ନନ୍ଦିକିଶୋର ପଣ୍ଡା l ଏହି ସପ୍ତାହ ପରାୟଣଟି ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ହେଉଅଛି l ଦୁସନ୍ତ ପଟେଲଙ୍କ କହିବାନୁଯାୟୀ ଏହା 1994 ରୁ ଆରମ୍ଭ ଦୀର୍ଘ ୨୮ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଚାଲିଆସୁଛି l ଏହି
ସପ୍ତାହ ପାରାୟଣ କାର୍ଯ୍ୟରେ ରାମାୟଣ, ମହାଭାରତ ସହ ରାତ୍ରୀ ସମୟରେ ଭାଗବତ ଚର୍ଚ୍ଚା ହୋଇଥାଏ l ଏହାସହ ଅନେକ ସାଧୁବାବା, ଭକ୍ତ, ଶ୍ରଦ୍ଧାଳୁ ଓ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥାଏ l ଏଠାରେ ଶହଶହ ଭକ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା ଲାଗି ରହିଥାଏ l ଚଳିତ ସପ୍ତାହ ପରାୟଣରେ ୭ ଜଣ ବଦାନ୍ୟ ବ୍ୟକ୍ତି ଦୁସନ୍ତ ପଟେଲ, ପ୍ରେମାନନ୍ଦ ମହାଲିଙ୍ଗ, ଯାକେଶ୍ୱର ବରିହା, ଜଗଦୁ ମହାଲିଙ୍ଗ, ବଳଦେବ ସେଠ (ବିଧାୟକ ପାର୍ଥୀ), ଗୌରୀଶଙ୍କର ବିନ୍ଧାଣି, ଧୂବା ପଧାନ ହୋଇଥିବା ବେଳେ ଅମର ସେଠ୍, ହାରାଧନ ପଟେଲ, ସତ୍ୟ ପଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି l