-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
04-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସ୍ଥିତସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ସଂସ୍କୃତ ବିଭାଗପକ୍ଷରୁ ଶୁକ୍ରବାର ମହାକବି କାଳିଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ। ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ବିଜୟ ପଲ୍ଲୀ ର ଅଧ୍ୟକ୍ଷ ଡ଼, ବଦ୍ରିନାରାୟଣ ପୁଜାରୀ। ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ ରଥ। ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ରୁଦ୍ରନାରାୟଣ ଦାଶ ତଥା ଇଂରାଜୀ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ବାଳ । କାଳିଦାସଙ୍କ ରଚିତ ମେଘଦୂତ ଖଣ୍ଡ କାବ୍ୟର ପାଞ୍ଚଟି ଶ୍ଳୋକସଭାର ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ଭାବରେ ଗାନ କରିଥିଲେ ସଂସ୍କୃତ ବିଭାଗର ଛାତ୍ର ଛାତ୍ରୀ ମାନେ।
ସଭା ପରିଚାଳନା କରିଥିଲେ ସଂସ୍କୃତ ବିଭାଗର ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା। ପରିଶେଷରେ ଛାତ୍ର ଶ୍ରୀ ଅଚ୍ୟୁତାନନ୍ଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ବିଶ୍ଵନାଥ ମିଶ୍ର,ମାନସ ରଞ୍ଜନ ମିଶ୍ର, ଭଗବାନ ସାହୁ, ପ୍ରମିତା କୁମାରୀ ମିଶ୍ର, ବିଘ୍ନେଶ୍ୱରୀ ପୁଜାରୀ,ମିତାଳି ପ୍ରଧାନ ଦିବ୍ୟାଲୋକା ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ସଂସ୍କୃତ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ତଥା ଅନ୍ୟାନ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗଦାନ କରି ସଭା କୁ ସାଫଳ୍ଯ ମଣ୍ଡନ କରିଥିଲେ।