-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
05-Nov-2022
ସମ୍ବଲପୁର,ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ଏଥର ୪୯ ଜଣ ପ୍ରଫେସର ଆବେଦନ କରିଥିବା ଜଣାପଡ଼ିଛି I ଯାହାକି, ପୂର୍ବ ଥର ତୁଳନାରେ ୧୪ ଅଧିକ ହୋଇଥିବା ଜଣାପଡ଼ିଛି I ତେବେ, ୪୯ ଜଣଙ୍କ ମଧ୍ୟରୁ କୌଣସି କାରଣରୁ ୩ ଜଣଙ୍କ ଆବେଦନପତ୍ର ଖାରଜ ହୋଇଯାଇଛି I ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏବେ ୪୬ ଜଣଙ୍କ ଆବେଦନପତ୍ର ଯାଂଚ କରାଯାଉଛି I ଯାଂଚ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାହା ଚୟନ କମିଟିକୁ ହସ୍ତାନ୍ତର କରାଯିବ I ସେମାନଙ୍କ ମଧ୍ୟରୁ ଚୟନ କମିଟି ଶ୍ରେଷ୍ଠ ୩ ଜଣଙ୍କ ନାମ କୁଳାଧିପତିଙ୍କୁ ସୁପାରିସ କରିବେ ବୋଲି ଜଣାପଡ଼ିଛି I ସେହି ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରୁ କୁଳାଧିପତି ଜଣକୁ କୁଳପତି ଭାବେ ବାଛିବେ I ପୂର୍ବ ଥର ଏହି ପଦ ପାଇଁ ୩୫ ଜଣ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଫେସର ସଂଜୀବ ମିତ୍ତଲ କୁଳପତି ନିଯୁକ୍ତ ହୋଇଥିଲେ I ଗତ ୨୫ ଜାନୁଆରି ୨୦୨୧ରେ କୁଳପତି ଦାୟିତ୍ବ ନେଇଥିବା ବେଳେ ଗତ ୨୮ ଅଗଷ୍ଟ ୨୦୨୨ରେ ପ୍ରଫେସର ମିତ୍ତଲ ଇସ୍ତଫା ଦେଇଥିଲେ I ତାଙ୍କର ପୂରା କାର୍ଯ୍ୟକାଳ ବିବାଦ ମଧ୍ୟରେ କଟିଥିଲା I
ସମ୍ବଲପୁର ରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍