-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
04-Nov-2022
ଖପ୍ରାଖୋଲ (ପ୍ରେରଣା ଖବର) ଆଜି ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ରେଙ୍ଗାଲି ପଞ୍ଚାୟତ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ରେଙ୍ଗାଲି ସବ୍ ସେଣ୍ଟର ଅନ୍ତର୍ଗତ ୧୨ ଟି ଗାଁ ର ଲୋକେ ଏହି ଶିବିରକୁ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଆଣ୍ଠୁ ଗଣ୍ଠି ବାତ, ଥଣ୍ଡା କାଶ, ମେଲେରିଆ ଆଦି ରୋଗର ନିଦାନ ପାଇଁ ରୋଗୀ ମାନେ ଡାକ୍ତରଙ୍କ ପରମର୍ଶ ନେଇଥିଲେ l ଖପ୍ରାଖୋଲ ସି ଏଚ୍ ସି ମେଡିକାଲ ଅଫିସର ସୂରଜ ଦୀପ ଙ୍କ ନିର୍ଦ୍ଦେଶରେ ଆୟୋଯିତ ଏହି ଶିବିରରେ ମୋବାଇଲ ହେଲଥ୍ ୟୁନିଟ୍ ମେଡିକାଲ ଅଫିସର ଡ. ମିନତୀ ହେମବ୍ରମ, ସ୍ଵସ୍ଥ୍ଯ କର୍ମୀ ପ୍ରିୟଦର୍ଶିନୀ ଭୋଇ, ସି ଏଚ୍ ଓ ଶୀଲା ଏକ୍କା ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କ ଚିକିତ୍ସା କରିଥିଲେ l ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଏହି ଶିବିର ବେଶ୍ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି l ଶିବିର କୁ ସଫଳତାର ସହିତ ସମାପନ କରିବା ଦିଗରେ ରେଙ୍ଗାଲି ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀ ମାନେ ବିଶେଷ ସହଯୋଗ କରିଥିଲେ l