-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
04-Nov-2022
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି l କଲେଜ ଅଧ୍ୟକ୍ଷ ବଲ୍ଲଭ ପୁରୋହିତ ପରାହିତ୍ୟ ରେ ଅନୁଷ୍ଠିତ ସ୍ୱାଗତ ସମାରୋହ ରେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଢି ମୁଖ୍ୟ ଅତିଥି, ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ଦେହୁରୀ, ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପକ ତଥା ଯୁବ ରେଡ଼କ୍ରସ କାଉନସିଲର ଉଦ୍ଧବ ପଧାନ, ବଳମକୁନ୍ଦ ବାରିକ,
ଅଧ୍ୟାପିକା ରଂଜିତା ମିଶ୍ର ଓ ସାଧନ ମେଲ୍ଲୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଏହି ଅବସରରେ କଲେଜ ର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରାଯାଇଥିଲା l କଲେଜ ର ଦ୍ୱତୀୟ ବର୍ଷ ଛାତ୍ର ସ୍ୱାଗତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ୟାପକ ସୁଶାନ୍ତ ଦେହୁରୀ ସଭା ପରିଚାଳନା କରିଥିଲେ l ପପୁନ ବଢ଼େଇ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ସୁଶୀଳା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l