-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
31-Oct-2022
ବଲାଙ୍ଗୀର(ପ୍ରେରଣା ଖବର)-ଆସନ୍ତା ନଭେମ୍ବର ୧ ତାରିଖରେ ବଲାଙ୍ଗିର୍ ଦିନ୍ ପାଳନ କରାଯାଉଛି । ଏହି ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ମୁଁ ବଲାଙ୍ଗିର୍ ଦିନ୍ ପାଳନ ଅବସରରେ ଉପସ୍ଥିତ ରହି ପାରୁ ନାହିଁ । ତେଣୁ ବଲାଙ୍ଗିର୍ ଦିନ୍ ପାଳନ ପଛରେ ବଲାଙ୍ଗିର ଜନସାଧାରଣଙ୍କ ଯେଉଁ ଲକ୍ଷ ରହିଛି ସେ ଦିଗରେ ବଲାଙ୍ଗିର ଦିନ୍ ଆୟୋଜନ କମିଟି ଆନ୍ତରିକତାର ସହିତ କାମ କରି ଏହି ସମାରୋହକୁ ସଫଳ କରିବ ବୋଲି ମୋର ଆଶା । ଯେହେତୁ, ମୁଁ ଏହି ଅବସରରେ ଉପସ୍ଥିତ ରହି ପାରୁ ନାହିଁ ତେଣୁ ବାର୍ତ୍ତା ମାଧ୍ୟମରେ ମୁଁ ଏହି ମହାନ ଦିନଟିର ସଫଳତା କାମନା କରୁଛି । ଆଶା କରୁଛି, ଜିଲ୍ଲାର ଆବାଳ ବୃଦ୍ଧ ବନୀତା ଜାତି ଧର୍ମ ବର୍ଣ୍ଣ ଓ ରାଜନୈତିକ ଚିନ୍ତାଧାରାରୁ ଉଦ୍ଦ୍ୱର୍ରେ ରହି ଏହି ଦିନଟିର ବିଶେଷତାକୁ ବୁଝି ବଲାଙ୍ଗିର ଦିନ୍ ଉତ୍ସବ ପାଳନ କରିବେ । ଆୟୋଜକ ବନ୍ଧୁମାନେ ବଲାଙ୍ଗିର ପାଟଣା ର ସ୍ୱାଧିନତା ସଂଗ୍ରାମରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିବା ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସଗ୍ରୀକୃତ କରିଥିବାରୁ ତାଙ୍କର ଏହି ଚିନ୍ତାଧାରାକୁ ମୁଁ ସାଧୁବାଦ ଜଣାଉଛି ।
ଏଠାରେ ସୂଚନାଯୋଗ୍ୟ ଯେ, ୧୯୪୯ ମସିହା ନଭେମ୍ବର ୧ତାରିଖ ଦିନ ଆମ ଜିଲ୍ଲା “ପାଟଣା ବଲାଙ୍ଗିର” ରୁ “ବଲାଙ୍ଗିର” ଜିଲ୍ଲା ନାମ ଘୋଷଣା ହୋଇଥିଲା । ଏହାର ପୁର୍ବରୁ ୧୯୪୯ ମସିହା ୧ ଜାନୁଆରି ଦିନ ଗଡଜାତ ଅଂଚଳ ପାଟଣା, ବଲାଙ୍ଗିର ଓ ସୋନପୁରର ସମିଶ୍ରଣ ହୋଇ ପାଟଣା ବଲାଙ୍ଗିର ଜିଲ୍ଲା ଗଠନ ହୋଇଥିଲା । ଏହି ଗଡଜାତ ଅଂଚଳର ମୁକ୍ତି ପାଇଁ ଅନେକ ସ୍ୱାଧିନତା ସଂଗ୍ରାମୀ ମୁକ୍ତି ସଂଗ୍ରାମ କରିଥିବା ଓଡିଶା ଗେଜେଟ୍ ରୁ ଜଣାପଡେ । ତେଣୁ ଆସନ୍ତୁ ସାରା ବଲାଙ୍ଗିରବାସୀ ଏକ ହୋଇ ଏହି ସ୍ୱାଧିନତା ସଂଗ୍ରାମୀ, ବରପୁତ୍ର, ସହୀଦ ଯବାନଙ୍କ ସ୍ମୃତି ତଥା କଳା ସଂସ୍କୃତି ଭାଷା ସାହିତ୍ୟ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମାଟିର ସନ୍ତାନମାନଙ୍କୁ ମନେ ପକାଇବା ସହ ଖୁସିରେ ବିଭିନ୍ନ କାର୍ଯ୍ୟକ୍ରମମାନେ ଅୟୋଜନ କରି ବଲାଙ୍ଗିର୍ ଦିନ୍ ପାଳନ କରିବା ବୋଲି ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।