-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
31-Oct-2022
ବଲାଙ୍ଗୀର(ପ୍ରେରଣା ଖବର)ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନ ର ଏକ ବୈଠକ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂପାଦକ ତଥା ସମାଜସେବୀ ଆକୁଳ ବେହେରା ଗତ ମାସର ବିବରଣୀ ପାଠ କରିଥିଲେ । ଆଗାମୀ ଡିସେମ୍ବରରେ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ତର୍କ, ଚିତ୍ରାଙ୍କନ, ନାଚ, ସଂଗୀତ ପ୍ରତିଯୋଗିତାମାନ ସ୍ଥିରିକୃତ ହୋଇଥିଲା । ଆଗାମୀ ଦିନରେ ବଲାଙ୍ଗିର ର ବିଭିନ୍ନ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ଦେଇଥିଲେ । ଉତ୍ତମ ପରିବେଶ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ସମ୍ମାନିତ ଅତିଥି ଛାୟାକାନ୍ତ ସାହୁ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଡକ୍ରସ ସାଧନକର୍ମୀ ରବିଚନ୍ଦ୍ର ପଶାୟତ, ପରିବେଶବିଦ୍ ନିଳମଣି ବିଶ୍ୱାଲ, ହଲଧର ସା, ଆଶିଷ ପଣ୍ଡା, ନୃସିଂହ ବଗର୍ତ୍ତି, ଇଂ. ରମେଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।