-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
ସୁବର୍ଣ୍ଣପୁର- ଯାଦୁ ଆଖି ଦେଖେ ହେଲେ ବିଶ୍ୱାସ ହୁଏ ନାହିଁ ।କିଭଳି ଏପରି ଅଲୌକିକ ଘଟଣା ଆଖି ସାମ୍ନାରେ ହେଉଛି ମନ ତାର କାରଣ ଖୋଜି ଥାଏ।ଅନେକ ଦିନ ଯାଏଁ ମନରୁ ଯାଦୁଗରଟିଏ ଯାଦୁଗରୀ କୌଶଳରେ ପ୍ରଦର୍ଶିତ କରିଥିବା ଅବିଶ୍ୱାସନୀୟ ଓ ଅଲୌକିକ ଘଟଣା ମନରେ ଉଙ୍କି ମାରେ। ଉତ୍କଣ୍ଠା ରେ କୁରୁଳିଉଠେ ସମସ୍ତ ଙ୍କର ମନ । ସୋ ସରିଯାଏ ସିନା ଇଚ୍ଛାସବୁ ଲାଘବ ହୋଇପାରେନା।ତେବେ ସମସ୍ତ ଙ୍କୁ ଗୋଟିଏ ମଞ୍ଚରେ ଆଣି ପ୍ରଦର୍ଶନ ଓ ଏକ କର୍ମଶାଳାର ଆୟୋଜନ କରିଛି ଜିଲ୍ଲା ଯାଦୁଗର ସଂଘ। ପୁଣି ଥରେ ଦ୍ଵିତୀୟ ଥର ପାଇଁ ଯାଦୁ ଓ ଯାଦୁଗରୀ ଶିକ୍ଷାର ଆୟୋଜନ ପାଇଁ ସଂଘ ପ୍ରସ୍ତୁତି ସାରିଛି।ଦୁଇ ଦିନ ପାଇଁ ଆୟୋଜିତ ହେବାକୁ ଥିବା ଯାଦୁଗର ସମ୍ମିଳନୀ ଅବା ଯାଦୁଗର ଭେଟଘାଟ କାର୍ଯ୍ୟକ୍ରମରେ ସର୍ବ ଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଯାଦୁଗର ମାନେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।
ଜିଲ୍ଲା ସଂସ୍କୃତି ଭବନ ଠାରେ ଦୁଇ ଦିନିଆଁ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଆୟୋଜନ କରାଯାଇଥିବା ବେଳେ ପ୍ରାୟ 60 ଜଣ ଯାଦୁଗର ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜର ଯାଦୁଖେଳ ପ୍ରଦର୍ଶନ କରିବେ।ସେହିପରି ବରିଷ୍ଠ ଯାଦୁଗର ମାନେ ଅନ୍ୟାନ୍ୟ ଯାଦୁଗର ମାନଙ୍କୁ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ପ୍ରକାରର ଯାଦୁର ପ୍ରଶିକ୍ଷଣ ପ୍ରଦାନ କରିବେ।ତେବେ ଯାଦୁ ପ୍ରଦର୍ଶନୀ ପାଇଁ କମିଟି ପକ୍ଷରୁ ପାସ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।ମାଗଣାରେ ପାସ ନେଇ ନିର୍ଦ୍ଧାରିତ ଯାଗାରେ ବସି ଶାନ୍ତି ଶୃଙ୍ଖଳାରେ ଯାଦୁ ଦେଖିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।ପ୍ରଥମ ଥର ଆକର୍ଷଣୀୟ ଯାଦୁ ପ୍ରଦର୍ଶନ କରି ଯାଦୁଗର ମାନେ ବେଶ ପ୍ରଶଂସା ସାଉଁଟି ଥିବା ବେଳେ ଏଥର ହଜ଼ାର ହଜ଼ାର ସଂଖ୍ୟାରେ ଜନସାଧାରଣଙ୍କ ମନ ମୋହିନେବାରେ ସକ୍ଷମ ହେବେ ବୋଲି ସଭାପତି ଯଦୁନାଥ ମିଶ୍ର, ସଂପାଦକ ସଂଜୟ କୁମାର ସାହୁ ଓ କୋଶଳେଶ୍ୱର ଭୋଇ ଙ୍କ ସୁତ୍ରରୁ ପ୍ରକାଶ ।