-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ବଲାଙ୍ଗୀର( ସନ୍ତୋଷ କୁମାର ଠାକୁର) ତା-୨୭/୧୦- ଆଜି ବଲାଙ୍ଗିର ଅମଳା ଭବନ ଠାରେ ବଲାଙ୍ଗିର ଦିନ୍ ପାଳନ ପାଇଁ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ର ସମସ୍ତ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନ, ସାମ୍ବାଦିକ, ରାଜନୈତିକ ଇତ୍ୟାଦି ଅନୁଷ୍ଠାନ ଗୁଡିକର ମିଳିତ ସହଯୋଗରେ ଚଳିତ ବର୍ଷ ନଭେମ୍ବର ୧ ବଲାଙ୍ଗିର ଦିନ୍ କୁ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରିବା ପାଇଁ ସ୍ଥିର ହୋଇଛି । ବିଶେଷ କରି ବଲାଙ୍ଗିର ର ସଂସ୍କୃତି, ଐତିହ୍ୟ, ପରଂପରାକୁ ଉଜ୍ଜିବିତ କରିବା ଏହା ହିଁ ବଲାଙ୍ଗିର ଦିନ୍ ପାଳନ କରିବାର ଉଦ୍ଦେଶ୍ୟ ତଥା ସମସ୍ତ ବର୍ଗର ଲୋକଙ୍କୁ ଏକଡୋରୀରେ ବାନ୍ଧିବା ପାଇଁ ଏହା ଏକ ଅନ୍ୟତମ ପ୍ରୟାସ । ଏଥିରେ ବିଭିନ୍ନ ଦଳର ନେତା ବଲାଙ୍ଗିର ଜିଲ୍ଲାର ୫ ବିଧାୟକ, ଦୁଇ ସାଂସଦ, ତିନି ପଦ୍ମଶ୍ରୀ, ଦୁଇ ବୋର୍ଡ ନିଗମ ଅଧ୍ୟକ୍ଷମାନଙ୍କୁ ସାମିଲ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଡିତ କରିବା ପାଇଁ ପ୍ରୟାସ କରାଯାଇଛି । ଯେପରି କି ୨୯ ତାରିଖ ଦିନ ଦିବା ଘ.୧୦ରେ ଟାଉନ ହଲ୍ ରେ ନୃତ୍ୟ ଓ ଆମ ପିନ୍ଧନ ଉଡନ କାର୍ଯ୍ୟକ୍ରମ ଦିନ ଘ.୩ ରେ କଲ୍ୟାଣ ମଣ୍ଡପ କଲେଜ ଛକ ଠାରେ ହୁଳାହୁଳି ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୩୦ ତାରିଖରେ ଟାଉନ ବାଳିକା ବିଦ୍ୟାଳୟରେ ସନ୍ଧ୍ୟା ଘ.୫ ଟାରେ ଅନୁଷ୍ଠିତ ହେବ । ୩୧ ତାରିଖରେ ଘୁନସର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ସେହିପରି ୧ ତାରିଖ ସକାଳ ଘ.୯ ଟାରେ କୋଶଳ କଳା ମଣ୍ଡପ ଠାରୁ ଶୋଭାଯାତ୍ରା ବାହାରି ସମଲେଇ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିର ଦେଇ କୋଶଳ କଳାମଣ୍ଡପକୁ ଏକ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଦିନ ଘ.୨ ଠାରୁ ବିଭିନ୍ନ ପ୍ରତିଯୋଗିତା ଉତ୍ତିନ୍ନ ହୋଇଥିବା ଓ ଗ୍ରାମ୍ୟ କଳାକାର ଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟା ଘ.୬ ଟା ସମୟରେ ପିନ୍ଧନ ଉଡନ ର୍ୟାମ୍ପ ସୋ, ଘ.୬.୩୦ ମି. ରେ ସଭା କାର୍ଯ୍ୟ ଆରମ୍ଭ । ସନ୍ଧ୍ୟା ଘ.୮ ଟାରେ ବିଭିନ୍ନ ସାଂସ୍କୃତିକ ଦଳ ଓ ବିଭିନ୍ନ ନାଁ କରା କାଳାକାର ନୃତ୍ୟଗୀତ ପରିବେଷଣ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଲୋଟସ ଷଡଙ୍ଗୀ, ଦିନେଶ ଶର୍ମା, ସୁରୁ ମଟାରୀ, ଗୋପାଳ ପ୍ରଧାନ, ସରିତା ଦାଶ, ପ୍ରତାପ ରଥ, ମନୋରଂଜନ ସାହୁ, ମୂରଲିଧାରୀ ପତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିନୋଦ କାଲସାଏ, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ସନ୍ଦିପ ସାହୁ, ରବି ଖମାରୀ, ଅଭିଷେକ ଦାଶ, ସୁମେଶ ଡାଙ୍ଗ, ବ୍ରହ୍ମାନନ୍ଦ ବନଛୋର, ନୂତନ ଦାଶ, ଶୋଭନ ଅଗ୍ରୱାଲ, ପ୍ରଦୀପ ସାହୁ, ବଣ୍ଟି ବିଶ୍ୱାଲ, ସୁଜିତ ଚନ୍ଦନ, ସୁରଞ୍ଜନ ଘିବେଲା, ରବି ଚାନ୍ଦ, ରଜତ ପ୍ରଧାନ, ପ୍ରୀତମ ଠାକୁର ପ୍ରମୁଖ ସହଯୋଗ କରିଥିଲେ ।