-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
ପାଟଣାଗଡ ( ସୁବ୍ରତ ମହାକୁର) ପାଟଣଗଡ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ରେ ଦୁଇଦିନ ଧରି କଳାକାର ଚୟନ ପ୍ରକ୍ରିୟା ଅବ୍ୟବସ୍ଥା ମଧ୍ୟମରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହୋଇଛି ।ଏହି ବ୍ଳକ ଅନ୍ତର୍ଗତ ୩୦ ଗୋଟି ପଞ୍ଚାୟତ ର ବିଭିନ୍ନ କାଳାକାର ମାନେ ପୂର୍ବରୁ ମୂଖ୍ୟମନ୍ତ୍ରୀ ଙ୍କ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୩୩୨ ଜଣ ବିଭିନ୍ନ ବର୍ଗର କଳାକାର ଆବେଦନ କରିଥିଲେ ।ଏହି ଚୟନ ପ୍ରକ୍ରିୟା ରେ ବ୍ଳକ ପ୍ରଶାସନ ପକ୍ଷରୁ କଳାକାରଙ୍କ ରହିବା,ପେଣ୍ଟିଂହେବା ତଥା ଖାଦ୍ୟ ଓ ପାନୀୟ ଜଳ ର ବ୍ୟବସ୍ଥା କରାଯାଇନଥିଲା । ଯାହାକୁ ନେଇ କଲାକାର ଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବ୍ଳକ ପ୍ରକାଶନ ତରଫରୁ ସାମାଜିକ ସୁରକ୍ଷା ଅଧିକାରୀ କମଳ କାନ୍ତ ବାରିକ ଙ୍କ ତତ୍ତ୍ବବଧାନରେ ଆୟୋଜିତ ଚୟନ କମିଟି ରେ ଅଞ୍ଚଳର ଜଣାଶୁଣା ବରିଷ୍ଠ କଲାକାର ଆଲୋକ ଦାସ ,ଜନସନ ନାଗ,ଦୀପକ କୁମାର ଭୋଇ,ମନୋଜ ବାଗ ପ୍ରମୁଖ ଉପସ୍ଥିତ ରହି କଳାଚୟନ କରିଥିଲେ । ଏଥିରେ ପ୍ରଥମ ଦିନ ୧୫୫ ଜଣ କଳାକାର ଯୋଗଦେଇ ନିଜ କଳାନୈପୂଣ୍ୟ ପ୍ରଦର୍ଶନ କରିଥିଲେ । ସମସ୍ତ କଳାକାର ଙ୍କୁ ଚୟନ କରାଯାଇଥିଲା । ସେହିପରି ଦ୍ଵିତୀୟ ଦିନ ରେ ୧୨୫ ଜଣ କଳାକାର ଯୋଗଦେଇ ନିଜ କାଳାନୈପୂଣ୍ୟ ପ୍ରଦର୍ଶନ କରିଥିବା ବେଳେ ସେମାନେ ମଧ୍ୟ ଚୟନ ହୋଇଥିଲେ । ଏ ସମ୍ପର୍କରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ କମଳ କାନ୍ତ ବାରିକ ଙ୍କୁ ପଚରାଯିବାରୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନୁଦାନ ଆସି ନ ଥିଲା ମୋ ତରଫରୁ କେବଳ ପାନୀୟ ଜଳର ବ୍ୟବସ୍ଥା କରିଥିଲି ବୋଲି କହିଥିଲି ସଫେଇ ଦେଇଥିଲେ ।