-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2022
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ୧୦ମ ମାଁ' ଶ୍ୟାମାକାଳୀ ପୂଜା ରୀତିନୀତି ଅନୁସାରେ ବିଳମ୍ବିତ ରାତ୍ରୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ପଣ୍ଡିତ ସଦାନନ୍ଦ ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗୈାରୀଶଙ୍କର ପାଣିଗ୍ରାହୀ ଓ ଧର୍ମପତ୍ନୀ ବୟନ୍ତୀ ଚାନ୍ଦ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ଏହି ଅବସରରେ ତ୍ରିପୁରାସୁର ଦରବାର ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଦସ୍ୟ ବିନୋଦ ମହାକୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ରଙ୍ଗସଭାରେ ରାଜ ଅତିଥି ଭାବେ ସ୍ଥାନୀୟ ବରାହପଦର ମଠ ମହନ୍ତ ନିତ୍ୟଗୋପାଲ ଦାସ, ବୀରମହାରାଜପୁର ଜିଲ୍ଲା ପରିଷଦ ସଭ୍ୟ ଜୋନ-୧ ଲବ କୁମାର ସାହୁ , ସମାଜସେବୀ ରାଜଗୋପାଲ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ବସନ୍ତ ମହାକୁର, ଜଟେସିଂହା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ବିନୋଭାନନ୍ଦ ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ତ୍ରିପୁରାରସୁର ରାଜଦରବାର ର ଶୁଭାରମ୍ଭ
କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚ ରେ ପ୍ରଥମ ସନ୍ଧ୍ୟାରେ ତ୍ରିପୁରାସୁର ରାଜ୍ୟ ଅଭିଷେକ ନାଟକ ମଞ୍ଚସ୍ଥ ହେଉଥିଲା। ଏହି ଅବସରରେ ରାଜ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବହୁ ସଂଖ୍ୟକ ଦର୍ଶକ ବିଳମ୍ବିତ ରାତ୍ରରେ ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ। କମିଟିର ବରିଷ୍ଠ ସଦସ୍ୟ ଗକୁଲାନନ୍ଦ ସାହୁ,ରହିମ ପଧାନ, କ୍ଷେତ୍ରପାଳ ପଧାନ, ସହଦେବ ମହାକୁର, ଆଲୋକ ପଣ୍ଡା, ଆଶିଷ କୁମାର ସାହୁ, କୁନୁ ଛନ୍ଦ,ମୁନା କର୍ମୀ, ଶ୍ରବଣ ସାହୁ,ମନୋଜ କର୍ମୀ, ସଞ୍ଜିବ ସାହୁ , କୁଶ ମହାକୁର,ଗଦାଧର ବାଦୀ ସହ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।