-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2022
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳସଣ୍ଢପୁର ପଞ୍ଚାୟତ ପାଟିଳିଗୁଡା ଗ୍ରାମରୁ ଯେଣେ ନାବାଳିକା କୁ ଉଦ୍ଧାର କରିଛି ବ୍ଲକ ପ୍ରଶାସନ l ଗତ କାଲି ସନ୍ଧ୍ୟାରେ ନାବାଳିକା ଜଣକ କେହୁଁ ଆଡୁ ଆସି ଗ୍ରାମର ଜଣେ ବ୍ୟକ୍ତିଙ୍କ ବାରଣ୍ଢା ରେ ବହୁ ସମୟ ଧରି ବସିରହିଥିଲେ l ଗ୍ରାମବାସୀ ତାଙ୍କୁ ତାଙ୍କ ପରିଚୟ ପଚାର ଉଚରା କରିଥିଲେ ମଧ୍ୟ ନାବାଳିକା କୌଣସି ଉତ୍ତର ନଦେବା କାରଣରୁ ଗ୍ରାମବାସୀ ସିଡିପିଓ, ବ୍ଲକ ପ୍ରଶାସନ ଓ ପୋଲିସ କୁ ଖବର ଦେଇଥିଲେ l ତେବେ କୌଣସି ଅଧିକାରୀ ନାବାଳିକା କୁ ଉଦ୍ଧାର ଲାଗି ରାତିରେ ଆସିନଥିବା ଯୋଗୁଁ ଗ୍ରାମବାସୀ ନାବାଳିକା ଙ୍କୁ ନିଜ ଗ୍ରାମର ଗୋଟିଏ ଘରେ ସୁରକ୍ଷାର ସହିତ ଆଶ୍ରୟ ଦେଇଥିଲେ l ଆଜି ସକାଳୁ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମରେ ପହଞ୍ଚି ନାବାଳିକା କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତି କରିଥିବା ବେଳେ ସେ କିଏ ଏବଂ କେହୁଁ ଠାରୁ ଆସିଛନ୍ତି ତାର ଏଯାବତ ସଠିକ ସୂଚନା ମିଳିପାରି ନାହିଁ l ତେବେ ନାବାଳିକା ଙ୍କ ହାତରେ ମାଡ଼ ମରାଯାଇଥିବା କ୍ଷତ ଚିହ୍ନ ଓ ସେ ଭୟଭୀତ ରହିଥିବା କାରଣରୁ ଏହାରି ପଛରେ କୌଣସି ଘଟଣା ରହିଥିବା ଅଞ୍ଚଳରେ ଆଲୋଚନା ହେଉଛି l
(ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ)