-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2022
ବଲାଙ୍ଗିର(ପ୍ରେରଣା ଖବର) ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ର ସଭା ଗୃହ ଠାରେ ନୂତନ ପେନସନ ଯୋଜନା ଅର୍ନ୍ତଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ବୈଠକ ବରିଷ୍ଠ ଶିକ୍ଷକ ଦ୍ୱିତୀ ରଂଜନ ମହାଲିଙ୍ଗ ଙ୍କ ଆହ୍ୱାନ କ୍ରମେ ତଥା ହେମନ୍ତ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୨୦୦୪ ମସିହା ରୁ ୨୦୨୨ ମସିହା ପର୍ଯ୍ୟନ୍ତ ମାଧ୍ୟମିକ ସ୍ତରରେ ନିଯୁକ୍ତ ପ୍ରାୟ ଶତାଧିକ ଶିକ୍ଷକ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟ ସରକାର ଘୋଷଣା କରିଥିବା ଠିକା ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ବ୍ୟବସ୍ଥାକୁ ସ୍ୱାଗତ କରାଯାଇଥିଲା । ସଭାରେ ସମସ୍ତ ଶିକ୍ଷକ ଏକତ୍ରିତ ହୋଇ ନୂତନ ପେନସନ ଯୋଜନାକୁ ହଟାଇ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସଙ୍ଗଠନକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ସଭାରେ ଡୋଲାମଣୀ ସାହୁ, ନରେଶ ଦ୍ୱାରୀ, ସୁଧାଂଶୁ ବାରିକ, ବିନୋଦ ମିଶ୍ର, ଆଶିଷ କୁମାର ନାଏକ, ବୀର କିଶୋର ସୁନା, ଶୁଭେନ୍ଦୁ କୁମାର ନାଥ ପ୍ରମୁଖ ନିଜସ୍ୱ ମତାମତ ରଖିଥିଲେ । ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଦେଇଥିଲେ ।