-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଭଦ୍ରା ନିକଟରେ ଗତକାଲି ଅପରାହ୍ନ ବେଳେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଥିଲା l ଧକ୍କl ହେବା ଫଳରେ ୨ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଥିବା ଜାଣିବାକୁ ମିଳିଛି l ସୂଚନାରୁ ପ୍ରକାଶ ଯେ ଅମାପାଲି ଗ୍ରାମର ପ୍ରଶାନ୍ତ ପଟେଲ(୪୬) ନିଜ ସ୍ତ୍ରୀ ସଂଯୁକ୍ତାଙ୍କ ସହିତ ଗାଁ ଫେରୁଥିବା ବେଳେ ଉପର ଉଡ଼ାର ଗ୍ରାମର ଭୁବନ
ଚିର୍ଗୁଣ୍ (୨୪) ଝାରମୁଣ୍ଡା ରୁ ତାଙ୍କ ଗାଁ କୁ ଯାଉଥିଲେ । ତେବେ ଭଦ୍ରା କଟା ରାସ୍ତାରେ ଉଭୟ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ଭୁବନ ଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲକୁ ନିଆଯାଇଥିଲା l ତେବେ ସେଠାରେ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ପ୍ରଶାନ୍ତ ଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି l ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି l