-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Oct-2022
ବଲାଙ୍ଗିର (ପ୍ରେରଣା ଖବର): ଆଜି ସକାଳେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ୟୁନିଟ୍ ତରଫରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା l ମହିଳା ମହାବିଦ୍ୟାଳୟ ସ୍ଥିତ ସ୍ନିଗ୍ଧାଛାୟା ଛାତ୍ରୀ ନିବାସର ଛାତ୍ରୀ ମାନଙ୍କ ପାଇଁ ଏହି ଯୋଗ ଶିବିର ଆୟୋଜନ କରାଯାଇ ଥିବା ବେଳେ ଏହି ଶିବିରକୁ ପ୍ରତିଦିନ ଆୟୋଜନ କରାଯିବାକୁ ମତପ୍ରକାଶ ପାଇଥିଲା l
କଲେଜର ଅଧ୍ୟାପକ ତଥା ଜିଲ୍ଲା ପ୍ରୋଗ୍ରାମିଂ ଅଫିସର ହେମନ୍ତ ମଲ୍ଲିକ ଯୋଗ ଶିବିରକୁ ପରିଚାଳନା କରିଥିଲେ l କଲେଜର ଯୋଗ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ ଛାତ୍ରୀ ମାନଙ୍କୁ ଯୋଗ ତାଲିମ ଦେଇଥିଲେ lଏଥିରେ କଲେଜର ସମସ୍ତ ଛାତ୍ରୀ ଯୋଗ ଦେଇ ଯୋଗ ଓ
ପ୍ରାଣାୟାମ ଆଦି ଅଭ୍ୟାସ କରି ଥିଲେ l ଯୋଗା ପ୍ରଶିକ୍ଷକl ପୁଷ୍ପାଞ୍ଜଳି ସାହୁ ଛାତ୍ରୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ l ମନର ଏକାଗ୍ରତା ଓ ନିରୋଗୀ ଶରୀର ଆମକୁ ପ୍ରତିଦିନ କିଛି ସମୟ ଯୋଗ କରିବା ଜରୁରୀ ଅଟେ ବୋଲି ଛାତ୍ରୀ ମନକୁ ଅନୁରୋଧ କରାଯାଇଛି l l ଏହି ଶିବିରରେ ଛାତ୍ରୀ ମାନଙ୍କ ସହ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ଯୋଗ କରିଥିଲେ l