-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Oct-2022
ବଲାଙ୍ଗୀର(ପ୍ରେରଣା ଖବର), ପାରାଦୀପ ଫସପେଟସ୍ ଲିମିଟେଡ ଦ୍ୱାରା ବଲାଙ୍ଗୀର ସାହୁ ଟ୍ରେଡିଂ କଂପାନୀରେ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ର ର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ସତ୍ୟମୟ ଶତପଥୀ, ବଲାଙ୍ଗୀର ବିଏଓ ଜଗବନ୍ଧୁ ପଟେଲ, ପ୍ରମୁଖ ସାର ବିକ୍ରେତା ବାସୁଦେବ ସାହୁ, ପିପିଏଲ୍ ର ଜନିୟର ଏଗ୍ରୋକେମିଷ୍ଟ ସୁଧୀର କୁମାର ନାଏକ, ପିପିଏଲ୍ ର ମାର୍କେଟିଙ୍ଗ ମେନେଜର ସୁରେନ୍ଦ୍ର ତ୍ରିପାଠୀ, ପିପିଏଲ୍ ର ଜୟକିଶାନ, କୃଷି ସହାୟକ ସରିପୂତ ନାଗ ଉପସ୍ଥିତ ଥିଲେ । ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଓ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ରର ଆଭିମୁଖ୍ୟ ବାବଦରେ ସମସ୍ତ ଅତିଥି ମାନେ ବିସ୍ତୃତ ଆଲୋଚନା କରିଥିଲେ ଏଥିରେ ଅଂଚଳର ବହୁ ଚାଷୀ ଯୋଗ ଦେଇଥିଲେ ।