-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
18-Oct-2022
ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ରେ ବିଦ୍ୟୂତ ଆଘାତରେ ମା ଓ ୮ ମାସ ପୁଅର ମୃତ୍ୟୁ । ଘରେ ଗୋଡ଼ରେଜ ଖୋଲୁ ଥିବା ସମୟରେ , ବିଦ୍ୟୂତ ଲାଗି ଦୁହିଙ୍କ ଜଣଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଅଞ୍ଜଳି ବାଗ ୩୨ ବର୍ଷ ହେଉଥିବା ବେଳେ ମୃତ ଶିଶୁ ଗୈରଭ ବାଗ ୮ ମାସ ହେଉଥିଲା । ଘର ଲୋକ କହିବା ମୁତାବକ ମୂଷା କାଟି ଦେଥିବାରୁ ବିଦ୍ୟୂତ ତାର ଗୋଡ଼ରେଜ ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ ଓ ଗୋଡ଼ରେଜ ଖୋଲିଥିଲେ ସେହି ସମୟରେ ସେ କାଖରେ 8 ମାସର ଛୁଆକୁ ଧରିଥିଲେ ତେଣୁ ଶିଶୁ ମଧ୍ୟ ବିଦ୍ୟୂତ ସଂପ୍ରସରେ ଆସିଥିଲା ଏବଂ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ସେ ସମୟରେ ଘରେ କେବଳ ମହିଳାଙ୍କ ଶାଶୁ ଥିଲେ ଯେ ନିଜ ଘର ବାରିପଟେ ଗୋବର ସଫାକରୁଥିଲେ । ସେ ଗୋବର ସଫାକରି ଫେରିଲା ପରେ ଦେଖିଲି ଥିଲେ ଦୁହି ଜଣଙ୍କୁ ଏବଂ ତା ପରେ ତାଙ୍କ ପୁଅକୁ ଜଣାଇଥିଲେ ।ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ