-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
18-Oct-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡ଼ିକ ବିଷୟରେ ଜନ ସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟ ବ୍ୟାପି ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ହେଉଛି।ଏହି ଅବସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ 'ଖ' ଯୋନ ର ବିଭିନ୍ନ ଅଞ୍ଚଳ ରେ ବିଜୁ ଜନତା ଦଳ ପକ୍ଷରୁ ପଦ ଯାତ୍ରା ଆରମ୍ଭ ହୋଇଯାଇଛି। ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ଭୂପିନ୍ଦର ସିଂ , କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟ ପରିଷଦ ସଦସ୍ୟ ଜାକିର ହୁସେନ,କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ,ବ୍ଲକ ବିଜେଡ଼ି ଯୁବ ସଭାପତି ସଙ୍ଗୀତ ଭୋଇ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ସଲିମ ଶେଖର ରଣା,ରିଷିଡା ସରପଞ୍ଚ ତଥା ରାଜ୍ୟ ମହିଳା ବିଜେଡ଼ି କାର୍ଯ୍ୟ କାରିଣୀ ସଦସ୍ୟ ସେବତୀ ରଣା ,ବ୍ଲକ ବିଜେଡି ମହିଳା ସଭାନେତ୍ରୀ ରିତୁ ମଣୀ ନାଗ,ବରିଷ୍ଠ ବିଜେଡ଼ି ନେତା ଶ୍ରୀ ନିବାସ ମିଶ୍ର, ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗାଁ କୁ ପହଞ୍ଚି ଲୋକଙ୍କୁ ସରକାର ଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି କର୍ମୀ ଦୀନବନ୍ଧୁ ସାହୁ,ବିରଞ୍ଚି ରଣା,କୈଳାସ ପରିଡ଼ା,ପିଣ୍ଟୁ ରଣା, ତ୍ରିସଙ୍କ ରଣା,ଡୋଳା ମଣୀ ସାହୁ, ଲକ୍ଷ୍ମୀ ପ୍ରସାଦ ସାହୁ,ଦେବରାଜ ରଣା ,ସୀମାଞ୍ଚଳ ଭୋଇ,ରବୀନ୍ଦ୍ର ଭୋଇ, ଦେବେନ୍ଦ୍ର କୁମାର ଙ୍କ ସମେତ ଅନେକ ବିଜେଡ଼ି କର୍ମୀ, ନେତାମାନେ ଉପସ୍ଥିତ ଥିଲେ