-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
18-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ପଂଚାୟତ ଅଧିନସ୍ଥ ବାରଡୋଳ ଗ୍ରାମର ବନ୍ଧଆଡିରେ ନିର୍ମିତ ଶିବ ମନ୍ଦିରରେ ଏକ ଅଦ୍ଭୁତ ଚମତ୍କାର ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ ଯେ ଦୀର୍ଘ ୫ ବର୍ଷହେବ ହେବ ଏହି ମନ୍ଦିରଟି ନିର୍ମିତ ହୋଇଛି ହେଲେ କୌଣସି ଘଟଣା ଘଟି ନ ଥିବାବେଳେ ଆଜି ଗ୍ରାମର ଅନେକ ମହିଳା କାର୍ତିକ ମାସ ଯୋଗୁଁ ସକାଳୁ ଗାଧୋଇଵା ପାଇଁ ବନ୍ଧକୁ ଯାଇଥିଲେ l କିଛି ମହିଳା ଗାଧୋଇ ସାରି ଶିବ ମନ୍ଦିରରେ ଥିବା ଷଣ୍ଢକୁ ପାଣି ଓ କ୍ଷୀର ଦେବାବେଳେ ଷଣ୍ଢ ୨ଟି ଏହାକୁ ଗ୍ରହଣ କରୁଥିବାର ଦେଖିଲେ l ଏହାପରେ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଗ୍ରାମବାସୀ ପ୍ରକାଶ ସହ ବିଶ୍ୱାସ କରୁଛନ୍ତି ଯେ ପୂର୍ବରୁ କେବେ ଏଭଳି ହୋଇନଥିଲା, ଏଣୁ ଏହାଏକ ଶିବ ଭଗବାନଙ୍କ ଆଲୋକିକୈକ ଶକ୍ତି l