-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
17-Oct-2022
ଆଗଲପୁର (ବିନୋଦ କୁମାର ଦୀପ) ଆଗଲପୁର ତହସିଲଦାର ସୂଚିତl ପୁଷ୍ପା କହିବାନୁଯାୟୀ ବାଲି ମାଫିଆ ମାନେ ଅଙ୍ଗ ନଦୀରୁ ଗତ ରାତ୍ରି ସମୟରେ ଟ୍ରାକଟର ଯୋଗେ ବାଲି ଚୋରାଚାଲାଣ ଚାଲିଥିବା ଆଗଲପୁର ତହସିଲ କାର୍ଯ୍ୟାଳୟ ଜାଣିବାକୁ ପାଇଥଲେ l ଏଣୁ ଅତିରିକ୍ତ ତହସିଲଦାର ପ୍ରଭାକର ପଧାନ ଙ୍କ ସମେତ ଆରଆଇ ସୁଶାନ୍ତ ପଟେଲ ଓ ନୀଳମାଧବ ନାଏକ ଘଟଣାସ୍ଥଳରେ ଜଗି ରହିଥିଲେ l ଟ୍ରାକ୍ଟର ନ. ଓ ଡି ୦୩ ଏ ଏସ୍ ୮୯୩୪ ଆସିବା ପରେ ଅଟକାଇବକୁ ଚେଷ୍ଟା କରୁଥିବା ବେଳେ ଅତିରିକ୍ତ ତେହସିଲ୍ଦାରଙ୍କୁ ଗାଡି ଡ୍ରାଇଭର ଗାଡି ମ ଡାଇ ଦେବାକୁ
ଉଦ୍ୟମ କରିଥିଲେ l ଡ୍ରାଇଭର ସମେତ ୭/୮ ଜଣ ପୁରୁଷ ଓ ମହିଳା ଅତିରିକ୍ତ ତେହସିଲଦାର ଓ ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ l ହାରାହାରି ୧ଘଣ୍ଟା ଅଟକ ରଖିବା ପରେ ପୋଲିସ ପହଂଚି ଗୁରୁତର ଥିବା ଅତିରିକ୍ତ ତେହସିଲଦାର ଓ ଆର ଆଇଙ୍କୁ ଉଦ୍ଧାର କରିଥିବl ଜଣାପଡିଛି l ଲୋଇସିଂହା ଥାନାରେ ଏକ କେଶ ରୁଜୁ ହୋଇଛି l ଖବରପାଇ ବଲାଙ୍ଗୀର ଉପଜିଲ୍ଲାପାଳ କୁମାରନାଗ ଭୂଷଣ ଲୋଇସିଂହା ଥାନାରେ ପହଂଚିଛନ୍ତି l