-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
16-Oct-2022
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ସରକାରୀ ପଞ୍ଚାୟତ ହାଇସ୍କୁଲ ଠାରେ ବିଭିନ୍ନ ରୋଗ ସମ୍ବନ୍ଧୀୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପଧାନ ଙ୍କ ଉପସ୍ଥିତିରେ ହାଇସ୍କୁଲ ପରିସରରେ ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ (ପିଏଚଇଓ) ତୁଷକୁମାର ଚନ୍ଦ୍ରକାର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ ମାନଙ୍କୁ କୁଷ୍ଠରୋଗ ସମ୍ପର୍କରେ ଲେପ୍ରା ସୋସାଇଟି ର ଫିଲ୍ଡ କୋଡିନେଟର ତୋଫାନ ଚନ୍ଦ୍ର ମହନ୍ତ ପ୍ରାଞ୍ଜଳ ଭାବେ ବୁଝାଇବା ସହ କୁଷ୍ଠରୋଗ କୁ ନ ଲୁଚାଇ ତୁରନ୍ତ ଡାକ୍ତର ଙ୍କ ପରାମର୍ଶକ୍ରମେ ବିନାମୂଲ୍ୟରେ ସରକାରୀ ଓୈାଷଧ ଏମ.ଡି.ଟି ସେବନ କରିବାକୁ ପରାମର୍ଶ ଦେଇଥିଲେ ।ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ତୁଷକାର,ମାନସିକ ସ୍ୱାସ୍ଥ୍ୟ ଦିବସ ସମ୍ପର୍କରେ ଅଭିଭାଷଣ ସହ ସଚେତନତା କରିଥିଲେ ।ପରେ ବିଶ୍ୱ ହାତଧୁଆ ଦିବସ ପରିପ୍ରେକ୍ଷିରେ ମହିଳା ସ୍ବାସ୍ଥ୍ୟକର୍ମୀ
ଚନ୍ଦ୍ରିକା ଛୁରା ଛାତ୍ରଛାତ୍ରୀ ଙ୍କୁ ହାତଧୁଆ ର ସାତୋଟି କୈାଶଳ ପ୍ରଦର୍ଶିତ କରି ଏହାର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ବୁଝାଇଥିଲେ ।ପରେ ସ୍ୱାସ୍ଥ୍ୟ ସମ୍ପର୍କିତ କବିତା ପଠନ କରାଯାଇଥିଲା ।ଏହି କବିତା ପଠନରେ ସ୍କୁଲ ରେ ଅଧ୍ୟୟନ କରୁଥିବା ତୋଫାନ ବାଗ ଏବଂ ଲିସା ସାଗର ଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।